www.samajalive.in
Monday, December 15, 2025
16.1 C
Bhubaneswar

ଅସରାଏ ବର୍ଷାରେ କଖଡି ହାଟରେ ଜମୁଛି ପାଣି

ଗୁରୁଡ଼ିଝାଟିଆ: କଖଡି ଗାନ୍ଧୀହାଟ ବେଶ ପୁରୁଣା। ଦୀର୍ଘ ୬୦ବର୍ଷ ଧରି ସାପ୍ତାହିକ ହାଟଟି ହୋଇଆସୁଅଛି। ବିଶିଷ୍ଟ ସମାଜସେବୀ ପୂର୍ବତନ ସରପଞ୍ଚ ତଥା ନଦୀକୂଳ ଅଞ୍ଚଳର ଗାନ୍ଧୀଭାବେ ପରିଚିତ ବାମଦେବ ମହାରଣା ସ୍ଥାନୀୟ ଅଞ୍ଚଳର କୃଷକମାନଙ୍କ ଉତ୍ପାଦିତ ପନିପରିବାକୁ ବିକ୍ରୟ କରିବା ନିମନ୍ତେ ହାଟଟିକୁ ବସାଇଥିଲେ। ସପ୍ତାହର ବୁଧବାର ଓ ଶନିବାର ହାଟ ହେଉଥିବା ବେଳେ ମଞ୍ଚେଶ୍ୱର, ଓରନ୍ଦା, କୁଷ୍ପଙ୍ଗି, ଅନନ୍ତପୁର, ଧୁରୁଷିଆ, କଟକିଆସାହି, ମେଘା, ଘଣ୍ଟିଖାଲ, ମହାକାଳବସ୍ତ, ସମସରପୁର, ସଠିଲୋ, ତିଗିରିଆ, ଜେନାପଦା, କୁଲାଇଲୋ, କନ୍ଦରପୁର, ଯୋରନ୍ଦା ପଞ୍ଚାୟତ ସହିତ ଢେଙ୍କାନାଳର ନଡିଆଳି, ଭାପୁର, କୃଷ୍ଣପ୍ରସାଦ, କାମଧେନୁକୋଟ ଆଦି ସ୍ଥାନରୁ କୃଷକମାନେ ସେମାନଙ୍କ ଉତ୍ପାଦିତ ପନିପରିବା ଏଠାରେ ବିକ୍ରୟ କରିଥାନ୍ତି। ହାଟକୁ ବିଭିନ୍ନ ବ୍ୟବସାୟୀ ଓ ଗ୍ରାହକମାନେ ଆସି ତଟକା ପନିପରିବା ନେଇଥାନ୍ତି। ହେଲେ କୃଷକମାନେ ଉତ୍ପାଦିତ ଫସଲକୁ ବିକ୍ରୟ କରିବାପାଇଁ ଆସୁଥିବା ବେଳେ ବସିବାରେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅସରାଏ ବର୍ଷର୍ା ହେଲେ ହାଟର ପଶ୍ଚିମପଟରେ ପାଣି ଜମୁଥିବା ବେଳେ ଦକ୍ଷିଣ ପାର୍ଶ୍ବରେ କାଦୁଅ ପାଲଟିଯାଉଛି। ଦୂରଦୂରାନ୍ତରୁ ଆସୁଥିବା ଚାଷୀମାନେ ବାଧ୍ୟ ହୋଇ କାଦୁଅରେ ବସୁଛନ୍ତି। ଏପରିକି ହାଟରେ ସ୍ଥାନର ଅଭାବ ସାଙ୍ଗକୁ ଆବଶ୍ୟକ ସଂଖ୍ୟକ ପେଣ୍ଡି ଓ ଉପରେ କୌଣସି ଛାତ ପଡ଼ିନଥିବାରୁ ଡହଡହ ଖରାରେ କୃଷକମାନେ ବସୁଛନ୍ତି। ରାଜ୍ୟ ସରକାର କୃଷି , କୃଷକ ର ଉନ୍ନତି ସାଙ୍ଗକୁ ସ୍ଥାନୀୟ ଅଞ୍ଚଳମାନଙ୍କରେ ବଜାର ସୃଷ୍ଟି କରି କୃଷକଙ୍କ ଉତ୍ପାଦିତ ସାମଗ୍ରୀକୁ ସଠିକ୍‌‌ ଢଙ୍ଗରେ ବିକ୍ରୟ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରି ଲକ୍ଷଲକ୍ଷଟଙ୍କା ବ୍ୟୟ କରୁଛନ୍ତି। ନୂତନ ହାଟ ସ୍ଥାପନ କରି ଗୃହ ତିଆରି କରୁଛନ୍ତି। କିନ୍ତୁ କଣ ପାଇଁ କଟକ ଜିଲ୍ଲା ପ୍ରଶାସନ ,ଟାଙ୍ଗି-ଚୌଦ୍ୱାର ବ୍ଲକ କର୍ତ୍ତୃପକ୍ଷ କଖଡିର ପୁରୁଣା ଗାନ୍ଧୀହାଟକୁ ଏକ ଆଦର୍ଶ ହାଟ ଭାବରେ ପରିଗଣିତ କରିବା ପାଇଁ କୃଷକ ଓ ବ୍ୟବସାୟୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବା ପଛରେ କି ରହସ୍ୟ ରହିଛି ବୋଲି ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ଆସୁଥିବା କୃଷକମାନେ ଏହା କରିବାକୁ ପଛାଇନାହାନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories