www.samajalive.in
Tuesday, December 9, 2025
17.1 C
Bhubaneswar

ମନ୍ଦିରରେ ହାତୀପଲ, ଭାଙ୍ଗିଲେ ପାଚେରୀ

କେନ୍ଦୁଝରଗଡ଼଼: କେନ୍ଦୁଝର ସହର ଉପକଣ୍ଠ ସିଦ୍ଧମଠସ୍ଥିତ ସିଦ୍ଧଜଗନ୍ନାଥଙ୍କ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀପଲ ପଶି ବ୍ୟାପକ ନଷ୍ଟ କରିଛନ୍ତି। ଗୋବରା ହୁଡି ପଟୁ ଏହି ହାତୀପଲ ଆସି ମନ୍ଦିରର ପଛପଟ ପାଚେରୀ ଭାଙ୍ଗିବା ସହିତ ବେଢ଼ା ମଧ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀ ଆକ୍ରମଣ ସମୟରେ ମନ୍ଦିର ପରିସର ମଧ୍ୟରେ କୌଣସି ସେବାୟତ, ସୁରକ୍ଷା କର୍ମଚାରୀ ଓ କୌଣସି ଭକ୍ତ ନଥିବାରୁ ନିଶ୍ଚିତ ଅଘଟଣରୁ ରକ୍ଷା ମିଳିଯାଇଛି। ଏହି ଖବର ପାଇ ବନବିଭାର ଏକ ଟିମ ଘଟଣାସ୍ଥଳକୁ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ଦେବୋତ୍ତର କର୍ମଚାରୀମାନେ ମଧ୍ୟ ଆସି ଏହି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହି ଅଞ୍ଚଳରେ ଥିବା ପୋଡାଉଆସ, ଚଉବଚା ଆଦି ଅଞ୍ଚଳରେ ବର୍ଷତମାମ୍‌‌ ହାତୀପଲ ଆସି ବ୍ୟାପକ କ୍ଷୟକ୍ଷତି କରିବା ସହ ଲୋକଙ୍କ ଘର ଭଙ୍ଗାରୁଜା ସହ ଆସବାପତ୍ର, ଖାଦ୍ୟଶସ୍ୟ ଓ ଫସଲ ନଷ୍ଟ କରୁଛନ୍ତି। ବନବିଭାଗ କର୍ମଚାରୀ ମଧ୍ୟ ନିୟମିତ ହାତୀ ଘଉଡାଇବାକୁ ଆସି ନୟାନ୍ତ ହେଉଥିବାବେଳେ ଏହାର ସୁଯୋଗ ନେଇ ବିଦ୍ୟୁତ୍‌‌ ବିତରଣ ସଂସ୍ଥା ଟାଟା ପାୱାର ପକ୍ଷରୁ ନିକଟସ୍ଥ ଅଞ୍ଚଳମାନଙ୍କରେ ନିୟମିତ ବିଦ୍ୟୁତ୍‌‌ କାଟ ଯୋଗୁଁ ହାତୀ ଉପଦ୍ରବ ଦିନକୁ ଦିନ ଅଧିକ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କ୍ରମେ ଆନ୍ଦୋଳନର ରୂପ ନେବାକୁ ବସିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories