ଗୁରୁଡ଼ିଝାଟିଆ: ଗାଁରେ ଖୋଲିଛି ସୁପରମାର୍ଟ। ଗୋଟିଏ ଛାତ ତଳେ ସମସ୍ତ ସଉଦାପତ୍ର ଓ ଘର ଉପକରଣ ଉପଲବ୍ଧ ହେଉଛି। ଆଜି ସନ୍ଧ୍ୟାରେ ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ବିପିନ ରାଉତ ସୁପରମାର୍ଟ (ସ୍ପାଇସେସ୍ ଡୋଲି) କୁ ଉଦଘାଟନ କରିବା ସହିତ କହିଥିଲେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ମିଶନଶକ୍ତିର ମାଆମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ୨୫% ଭାଗ ଉପଲବ୍ଧ ହେଉଛି। ଉତ୍ତମ ଗୁଣମାନର. ସଠିକ୍ ମାପ ଓ ପ୍ୟାକିଂରେ ଠିକଣା ଦର ରେ କଖଡି ଭଳି ଏକ ଗ୍ରାମାଞ୍ଚଳରେ ଉପଲବ୍ଧ ହେବା ଆମ ସମସ୍ତଙ୍କ ପାଇଁ ଭଲ ଉପଲବ୍ଧି ବୋଲି କହିବା ସହ ସୁପରମାର୍ଟର ସଫଳତା କାମନା କରିଥିଲେ। ସୁପରମାର୍ଟର ନିର୍ଦ୍ଦେଶକ ରାକେଶ କୁମାର ବେହେରା, ଆଞ୍ଚଳିକ ସଂଯୋଜକ ବିଶ୍ୱରଞ୍ଜନ ପ୍ରଧାନ, ସୁବ୍ରତ ମାଝି ଓ ଗୁରୁଦାସ ଗୌତମ ସହିତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଓ ମହିଳାମାନେ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Popular Categories



