www.samajalive.in
Thursday, December 11, 2025
15.1 C
Bhubaneswar

ବୌଦ୍ଧ ତାଇକୋଣ୍ଡୁ ସଂଘର ପଞ୍ଚମ ବାର୍ଷିକ ଉତ୍ସବ

ବୌଦ୍ଧ: ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ତାଇକୋଣ୍ଡୁ ସଂଘ ପ୍ରତିଷ୍ଠା ୨୦୧୮ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା। ଆଜି ଅଷ୍ଟମ ବେଲ୍ଟ ପରୀକ୍ଷା ସହିତ ବନ୍ୟା ଆଶ୍ରୟ ସ୍ଥଳି ପରିସରରେ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠାନର ଉପଦେଷ୍ଟା ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦାନ କରି ଶିକ୍ଷା ସହିତ ଶାରୀରିକ ଶିକ୍ଷା ପ୍ରତି ସମାନ ଗୁରୁତ୍ୱ ଦେଲେ ଆମେ ଜଣେ ଉତ୍ତମ ଓ ଶୃଙ୍ଖଳିତ ମଣିଷର ପରିଚୟ ସୃଷ୍ଟି କରିପାରିବା ବୋଲି ମତ ରଖିଥଲେ। ସମ୍ମାନୀତ ଅତିଥି ଭାବେ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ନିଜର ଛାତ୍ର ଜୀଵନର ଅନୁଭୁତି ଉପସ୍ଥାପନା କରି ଶ୍ରେଷ୍ଠ କ୍ରୀଡ଼ାବିତ ହେବାପାଇଁ ସଂକଳ୍ପ ନେବା ଜରୁରୀ ବୋଲି ମତପ୍ରକାଶ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଯୋଗଦେଇ ଖେଳ ଖେଳିଲେ ଆମେ ସୁସ୍ଥ ରହିବା ଏବଂ ପାଠ ପ୍ରତି ଅଧିକ ଧ୍ୟାନ ଦେଇପାରିବା ବୋଲି ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ତାଇକୋଣ୍ଡୁ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ପ୍ରଶିକ୍ଷକ ଅଞ୍ଜିତ କୁମାର ସାହୁଙ୍କ ମିଳିତ ସହଯୋଗରେ ୭୫ ଜଣ ଛାତ୍ରଛାତ୍ରୀ ଉପଯୁକ୍ତ ତାଲିମ୍ ଗ୍ରହଣ କରି ବିଭିନ୍ନ ବେଲ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ବୌଦ୍ଧ ତାଇକୋଣ୍ଡୁ ସଂଘର ଛାତ୍ରଛାତ୍ରୀମାନେ ନିଜର କ୍ରୀଡା ପ୍ରଦର୍ଶନ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଚ ପଦକ ପାଇ ଜିଲ୍ଲାର ଗୌରବକୁ ଦ୍ଵିଗୁଣିତ କରିଛନ୍ତି। ଅନୁଷ୍ଠାନର ସଭାପତି ଯଜ୍ଞେଶ୍ୱର ମିଶ୍ର ଖେଳ ପାଇଁ ଆବଶ୍ୟକ ଥିବା ଖେଳ ପଡିଆ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇଦେଲେ ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତା ଦେଖାଇପାରିବେ ବୋଲି ଦାବି କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories