www.samajalive.in
Monday, December 15, 2025
24.1 C
Bhubaneswar

କାଳବୈଶାଖୀ ତାଣ୍ଡବ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କାଳବୈଶାଖୀ ତାଣ୍ଡବରେ ଘର ଛପର ଉଡ଼ିଯିବା ସହ ଅନେକ ସ୍ଥାନରେ ଗଛ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ବୁଡ଼ାଗୁଡ଼ା ପଞ୍ଚାୟତର କିରାଖାଲ ଗ୍ରାମର ଧରମେନ୍ଦ୍ର କାଡ୍ରାକାଙ୍କ ଘରର ଟିଣ ସଂପୂର୍ଣ୍ଣ ଭାବରେ ଉଢେଇ ନେଇଛି। ଏଥିସହ କଲ୍ୟାଣସିଂହପୁର ପଞ୍ଚାୟତର ଇନ୍ତାଲିଗୁଡା ଗ୍ରାମର ହିକକା ବଦୁରୁ ଓ ବଡ଼ଦ୍ବାର ସାହିର ରହିଦାସ ଗରଡ଼ିଆ, ଭୀମ ଭତ୍ରା ଓ ଘାସି ଭତ୍ରା ପୁଇଗୁଡାର ପ୍ରସାଦ ଗାଣ୍ଟା, ଧାମୁଣିପଙ୍ଗା ପଞ୍ଚାୟତର ଡମଲିମା ବିଭାରୀ ଭାତ୍ରୀଆ, ସୁଶାନ୍ତ କୌଶଲ୍ୟା, ପ୍ରଶାନ୍ତ କୌଶଲ୍ୟା, ପଦ୍ମା ଭତ୍ର।ଙ୍କ, ବାକିଟି ସାହିର ଆଲକା ସେଠି, କେଶବନାଇଗୁଡା ଗାଁର ସୁରିୟା ରାଓ କାଡ୍ରାକାଙ୍କ ଘରର ଛାତ ଉଡେଇ ନେଇଛି। ଅପରପକ୍ଷେ, ନିମ୍ବ ଗଛ ଭାଙ୍ଗି ରବୀନ୍ଦ୍ର ନାଥ ଜେନାଙ୍କ ଘର ଉପରେ ପଡିଥିବା ଦେଖିବାକୁ ମିଳିଛି । ସେମାନଙ୍କ ସମସ୍ତ ଜିନିଷ ପତ୍ର ବର୍ଷାରେ ଓଦା ହୋଇଯାଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ପ୍ରତ୍ୟେକ ଘର ଘର ବୁଲି ଦେଖିବା ସହ ରାଜସ୍ବ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ଖବର ପାଇ ରାଜସ୍ବ ଅଧିକାରୀ ସତ୍ୟଜିତ ଦାସ ପ୍ରତ୍ୟେକ ଘର ବୁଲି ଦେଖିବା ସହ ସେମାନଙ୍କୁ ପଲିଥିନ ଯୋଗାଇଥିବା କହିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ସମୁଦାୟ ୧୨ଟି ଘରର ଛାତ ଉଡାଇଥିବା ବେଳେ କେତେକ ଘରର ଟିଣ ଭାଙ୍ଗି ଯାଇଛି ଓ ବହୁ ଗଛ ଉପୁଡ଼ି ପଡ଼ିଥିବା ନଜରକୁ ଆସିଛି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories