www.samajalive.in
Sunday, December 14, 2025
17.1 C
Bhubaneswar

ସଂଗ୍ରହାଳୟ ବୁଲି ଯିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍ କି ବାତ୍‌’ର ୧୦୧ତମ ସଂସ୍କରଣରେ ଜାପାନ ଗସ୍ତ ଓ ସେଠାକାର ସଂଗ୍ରହାଳୟ ସମ୍ପର୍କରେ କହିଛନ୍ତି। ସେଠାରେ ଶ୍ରୀ ମୋଦୀ ପିସ ମେମୋରିଆଲ ସଂଗ୍ରହାଳୟ ଦେଖିବାର ସୁଯୋଗ ପାଇଥିଲେ। ସେ କହିଛନ୍ତି, ତାହା ଭାବପ୍ରବଣ କରିଦେଲା ଭଳି ଏକ ଅନୁଭୂତି ଥିଲା। ସେ କହିଛନ୍ତି, ଆମେ ଯେତେବେଳେ ଇତିହାସର ସ୍ମୃତିଗୁଡ଼ିକୁ ସାଇତି କରିରଖୁ ତାହା ଆମର ଆଗାମୀ ବଂଶଧରମାନଙ୍କୁ ବହୁତ ସାହାଯ୍ୟ କରେ। କେବେ କେବେ ସଂଗ୍ରହାଳୟରେ ଆମକୁ ଗୋଟିଏ ଗୋଟିଏ ନୂଆ ଶିକ୍ଷା ମିଳେ। ହେଲେ ଅନେକଥର ଆମକୁ ବହୁତ କିଛି ଶିଖିବାକୁ ବି ମିଳିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି, କିଛିଦିନ ପୂର୍ବରୁ ଭାରତରେ ଇଣ୍ଟରନେଶନାଲ ମ୍ୟୁଜିଅମ ଏକ୍ସପୋ ଆୟୋଜିତ ହୋଇଥିଲା ଓ ଏଥିରେ ପୃଥିବୀର ବାରଶହ ମ୍ୟୁଜିୟମର ବିଶେଷତାଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। ଆମ ଭାରତରେ ଭିନ୍ନ ଭିନ୍ନ ପ୍ରକାରର ଏମିତି ଅନେକ ସଂଗ୍ରହାଳୟ ଅଛି। ସେଗୁଡିକ ଆମ ଅତୀତ ସହିତ ଜଡ଼ିତ ଅନେକ ବିଷୟ ପ୍ରଦର୍ଶିତ କରିଥାଆନ୍ତି। ଯେମିତିକି ଗୁରୁଗ୍ରାମ୍‌ରେ ଗୋଟିଏ ନିଆରା ସଂଗ୍ରହାଳୟ ଅଛି ଯାହା ମ୍ୟୁଜିଅମ କ୍ୟାମେରା ଭାବରେ ଜଣାଶୁଣା। ଏଠାରେ ୧୮୬୦ ପରବର୍ତ୍ତୀ କାଳର ପ୍ରାୟ ଆଠହଜାରରୁ ଅଧିକ କ୍ୟାମେରା ସଂଗ୍ରହ କରି ରଖାଯାଇଛି। ତାମିଲନାଡୁର ମ୍ୟୁଜିଅମ ଅଫ ପଶିବିଲିଟିକୁ ଆମ ଦିବ୍ୟାଙ୍ଗ ଲୋକମାନଙ୍କୁ ଧ୍ୟାନରେ ରଖି ଗଢ଼ାଯାଇଛି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବସ୍ତୁ ସଂଗ୍ରହାଳୟ ଏଭଳି ଏକ ମ୍ୟୁଜିୟମ୍ ଯେଉଁଠାରେ ସତୁରୀ ହଜାରରୁ ଅଧିକ ବସ୍ତୁ ସଂଗ୍ରହ କରି ରଖାଯାଇଛି। ୨୦୧୦ ମସିହାରେ ସ୍ଥାପିତ ଇଣ୍ଡିଆନ ମେମୋରୀ ପ୍ରୋଜେକ୍ଟ ହେଉଛି ଏକ ପ୍ରକାର ଅନଲାଇନ ମ୍ୟୁଜିଅମ ଯାହାକି ସାରା ସଂସାରରୁ ସଂଗୃହୀତ ଚିତ୍ର ଏବଂ କାହାଣୀଗୁଡ଼ିକ ମାଧ୍ୟମରେ ଭାରତର ଗୌରବଶାଳୀ ଇତିହାସର କଡ଼ି ଗୁଡ଼ିକୁ ସଂଯୁକ୍ତ କରିବା କାମରେ ଲାଗିଛି। ଦେଶ ବିଭାଜନର ବିଭୀଷିକା ସହିତ ଜଡ଼ିତ ସ୍ମୃତିଗୁଡ଼ିକୁ ଉଜାଗର କରିବାର ପ୍ରୟାସ କରିଚାଲିଛି।

- Advertisement -

ସେ କହିଛନ୍ତି, ବିଗତ ବର୍ଷମାନଙ୍କରେ ଆମେମାନେ ଭାରତରେ ମଧ୍ୟ ନୂଆ ପ୍ରକାରର ସଂଗ୍ରହାଳୟ ଓ ସ୍ମାରକୀଗୁଡ଼ିକ ଗଢ଼ିଉଠିବାର ଦେଖୁଛୁ। ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଭାଇଭଉଣୀମାନଙ୍କର ଯୋଗଦାନକୁ ଭିତ୍ତିକରି ୧୦ଟି ନୂଆ ସଂଗ୍ରହାଳୟ ତିଆରି ହେଉଛି। କଲିକତାର ଭିକ୍ଟୋରିଆ ମେମୋରିଆଲର ବିପ୍ଳବୀ ଭାରତ ଗ୍ୟାଲେରୀ ହେଉ ବା ଜଲିଆଁୱାଲାବାଗ୍ ମେମୋରିଆଲର ପୁନରୁଦ୍ଧାର ହେଉ, ଦେଶର ସମସ୍ତ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ପିଏମ ମ୍ୟୁଜିଅମ ମଧ୍ୟ ଆଜି ଦିଲ୍ଲୀର ଶୋଭାବର୍ଦ୍ଧନ କରୁଛି। ଦିଲ୍ଲୀରେ ହିଁ ନେସନାଲ ୱାର ମେମୋରିଆଲ ଆଉ ପୁଲିସ ମେମୋରିଆଲକୁ ପ୍ରତିଦିନ ବହୁତ ଲୋକ ସହୀଦମାନଙ୍କୁ ସମ୍ମାନ ଦେବାକୁ ଆସୁଛନ୍ତି। ଐତିହାସିକ ଦାଣ୍ଡିଯାତ୍ରା ପ୍ରତି ସମର୍ପିତ ଦାଣ୍ଡି ସଂଗ୍ରହାଳୟ ହେଉ ଅଥବା ଷ୍ଟାଚ୍ୟୁ ଅଫ ୟୂନିଟି ମ୍ୟୁଜିଅମ ହେଉ, ସାରାଦେଶରେ ମ୍ୟୁଜିୟମମାନଙ୍କର ଏକ ଦୀର୍ଘ ତାଲିକା ଅଛି।ସମୟ ସୁବିଧା ଦେଖି ଏହି ସଂଗ୍ରହାଳୟଗୁଡ଼ିକୁ ଦେଖିବାକୁ ଯିବାକୁ ସେ ଆହ୍ୱାନ ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories