www.samajalive.in
Monday, December 15, 2025
16.1 C
Bhubaneswar

ଜଳ ସଂରକ୍ଷଣ ଦିଗରେ ଅମୃତ ସରୋବର ବହୁତ ବଡ଼ ପଦକ୍ଷେପ – ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପାଣି ବିନା ଜୀବନ ପ୍ରତି ସଂକଟ ତ ରହିଥାଏ, ବ୍ୟକ୍ତି ଏବଂ ଦେଶର ବିକାଶ ମଧ୍ୟ ବନ୍ଦ ହୋଇଯାଏ। ଭବିଷ୍ୟତର ଏହି ଆହ୍ୱାନକୁ ଧ୍ୟାନରେ ରଖି ଆଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ପଚସ୍ତରୀଟି ଅମୃତ ସରୋବର ନିର୍ମାଣ କରାଯାଉଥିବା ଆଜି ୧୦୧ ତମ ‘ମନ୍ କି ବାତ୍‌’ରେ କହିଛନ୍ତି। ସେ କହିଛନ୍ତି, ଆମର ଅମୃତ ସରୋବରଗୁଡ଼ିକ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ ଯେ ଏଗୁଡ଼ିକ ଆଜାଦିର ଅମୃତ କାଳରେ ନିର୍ମିତ ହେଉଛନ୍ତି ଏବଂ ଏଥିସହିତ ଲୋକମାନଙ୍କର ଅମୃତ ପ୍ରୟାସ ମଧ୍ୟ ସଂଯୁକ୍ତ ଅଛି। ଅଦ୍ୟାବଧି ପଚାଶ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ନିର୍ମାଣ ହୋଇସାରିଲାଣି। ଜଳ ସଂରକ୍ଷଣ ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଫ୍ଲକ୍ସଜେନ ଷ୍ଟାର୍ଟଅପ ଓ ଆଇଓଟି ପର୍ଯ୍ୟବସିତ ଟେକନିକ୍ ସମ୍ପର୍କରେ କହିଛନ୍ତି। ଏହା ସାହାଯ୍ୟରେ ଜଳ ଆବଣ୍ଟନର ଉପଯୁକ୍ତ ଦେଖାଚାହାଁ କରାଯାଇପାରିବ। କେଉଁଠି କେତେ ପାଣି ନଷ୍ଟ ହେଉଛି ତାହା ମଧ୍ୟ ଏହି ପ୍ରଣାଳୀରେ ଜାଣିହେବ। ଅନ୍ୟ ଷ୍ଟାର୍ଟଅପ ହେଉଛି କୁମ୍ଭୀ କାଗଜ । ଏହି କୁମ୍ଭୀ କାଗଜ ଷ୍ଟାର୍ଟଅପଟି ନାଗଦଳ ଆଦିରୁ କାଗଜ ତିଆରି କରିବା କାମ କରୁଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories