www.samajalive.in
Tuesday, December 9, 2025
26.1 C
Bhubaneswar

ହିରୋସିମାରେ ଜେଲେନସ୍କି-ମୋଦୀ ସାକ୍ଷାତ ଆଲୋଚନା

ଡେସ୍କ :  ଜି-୭ ବୈଠକ ଅବସରରେ ଜାପାନର ହିରୋସିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ଅନେକ ଶୀର୍ଷ ନେତୃବୃନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଭୋଲଦମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ୟୁକ୍ରେନ୍-ରୁଷିଆ ଯୁଦ୍ଧ ମଧ୍ୟରେ ଦୁଇ ଶୀର୍ଷ ନେତାଙ୍କ ଏହା ପ୍ରଥମ ସାକ୍ଷାତ ବୋଲି​‌​ କୁହାଯାଉଛି। ଜି-୭ ବୈଠକ ଅବସରରେ ଏହି ଦୁଇ ବଡ଼ ନେତାଙ୍କ ସାକ୍ଷାତକୁ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ଗୁରୁତ୍ବ ଦିଆଯାଉଛି।

Pics source: PMO

ହିରୋସିମାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଜେଲେନସ୍କି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସାକ୍ଷାତ ଆଲୋଚନା ସମୟରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇଛି । ପାରସ୍ପରିକ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ବୋଲି କୁହାଯାଉଛି । ଭାରତର  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ୟୁକ୍ରେନର ବରିଷ୍ଠ ଅଧିକାରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories