ବଢ଼ିଲା ‘ମୋ ବସ’ର କଳେବର: ଗଞ୍ଜାମ, ସମ୍ବଲପୁର ଏବଂ ଝାରସୁଗୁଡାର ନଅଟି ସହରରେ ଗଡିବ ‘ମୋ ବସ୍‍’

  • ଆବଶ୍ୟକତାକୁ ଦେଖି ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ସହରାଞ୍ଚଳରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ନଅଟି ସହରାଞ୍ଚକୁ ସାମିଲ ପାଇଁ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ସମ୍ବଲପୁର-ଝାରସୁଗୁଦା-ବ୍ରଜରାଜନଗର-ବେଲପାହର କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟର ଆଦି ରହିଥିବା ନେଇସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ। ମୋ ବସ୍‌ର ଏହି ସମ୍ପ୍ରସାରଣ ତିନିଟି ଜିଲ୍ଲାର ପ୍ରାୟ ୧୧,୬୧,୦୦୦ ସହରାଞ୍ଚଳ ଲୋକେଙ୍କୁ ପରିବହନ ସେବା ଯୋଗାଇଦେବ ବୋଲି ସେ କହିଛନ୍ତି।

prayash

‘ମୋ ବସ୍’ ସେବା ଯାହା ୬ ନଭେମ୍ବର ୨୦୧୮ ରେ ଏସପିଭି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ଅଧୀନରେ ରାଜ୍ୟ ରାଜଧାନୀରେ ଆରମ୍ଭ ହୋଇଥିଲା। ଏଥିରେ ୩୯୦ ଟି ବସ୍ ସହିତ ଦିନକୁ ୨.୩ ଲକ୍ଷ ଯାତ୍ରୀ ସହ ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲ୍ଲାକୁ ଅର୍ନ୍ତଭୁକ୍ତ କରିଛି। ଗତ ସାଢେ ଚାରି ବର୍ଷ ମଧ୍ୟରେ ଓଡିଶାର ମୋ ବସ୍ ସେବା ନାଗରିକଙ୍କ ଦୈନନ୍ଦିନ ଯାତାୟାତକୁ ବହୁ ମାତ୍ରାରେ ସହଜ କରିଛି ଏବଂ ଅନେକଙ୍କ ପାଇଁ ମୋ ବସ୍ ପରିବହନର ସବୁଠାରୁ ପସନ୍ଦଯୋଗ୍ୟ ଭାବେ ପରିଣତ ହୋଇଛି। କ୍ରୁଟ୍‍ ଭୁବନେଶ୍ୱର ସହରାଞ୍ଚଳ ପରିବହନ କ୍ଷେତ୍ର, କଟକ ସହରାଞ୍ଚଳ ପରିବହନ କ୍ଷେତ୍ର, ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ସହରୀ ବସ୍ ସେବା ଯୋଗାଇବା ପାଇଁ ଅନୁମତି ପାଇଛି।

ଓଡ଼ିଶାର ରାଜଧାନୀ ଅଞ୍ଚଳର ଲୋକଙ୍କ ପାଇଁ ଯାତାୟତକୁ ସହଜ ଓ ସୁଗମ କରିବାପରେ, ଅତ୍ୟଧିକ ଭଲପାଇବା ଏବଂ ଜନସାଧାରଣଙ୍କ ସମର୍ଥନକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ହକି ବିଶ୍ୱକପ ସମୟରେ ଜାନୁଆରୀ ୨୦୨୩ ରେ ୧୦୦ ବସ୍ ଏବଂ ୨୭,୦୦୦ ରାଇଡ୍ ସହିତ ସୁନ୍ଦରଗଡ ଜିଲ୍ଲାର ରାଉରକେଲା-ବୀରମିତ୍ରପୁର-ରାଜଗଙ୍ଗପୁର ମାଷ୍ଟର ପ୍ଲାନ ଅଞ୍ଚଳକୁ ବୃଦ୍ଧି କରାଯାଇଥିଲା।

ସାଧାରଣ ପରିବହନ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ଏହାର ନାଗରିକମାନଙ୍କର ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମକୁ ମୋ ବସ୍ ସେବାର ସମ୍ପ୍ରସାରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସରକାର ଅନୁଭବ କରୁଛନ୍ତି ଯେ ଏହି ସମ୍ପ୍ରସାରଣ କେବଳ ବାସିନ୍ଦାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ନାହିଁ ବରଂ ଏହି ଅଞ୍ଚଳର ସାମଗ୍ରିକ ବିକାଶ ତଥା ପ୍ରଗତିରେ ମଧ୍ୟ ସହାୟକ ହେବ।

kalyan agarbati

Comments are closed.