www.samajalive.in
Monday, December 15, 2025
15.1 C
Bhubaneswar

ସ୍ଥାୟୀ ଲୋକ ଅଦାଲତ ଓ ଜନ ଉପଯୋଗୀ ସେବା ସମ୍ବନ୍ଧୀୟ ଆଇନ ସଚେତନତା

କେନ୍ଦୁଝରଗଡ଼଼: ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଦର ବ୍ଲକ ଡିମ୍ବୋ ପଞ୍ଚାୟତ ସଭା ଗୃହରେ ସ୍ଥାୟୀ ଲୋକ ଅଦାଲତର କାର୍ୟ୍ୟକ୍ରମ ଓ ଜନ ଉପଯୋଗୀତା ସେବା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍‌‌ ଚିତ୍ତରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତର ବିଚାରପତି ବିଜୟ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଦାଲତର କାର୍ୟ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ ସହ ଜନସାଧାରଣ ସେମାନଙ୍କ ଅଧିକାରକୁ କିଭଳି ସାବ୍ୟସ୍ତ କରିପାରିବେ ତାହା ସ୍ଥାୟୀ ଲୋକ ଅଦାଲତର ମୁଖ୍ୟ କାର୍ୟ୍ୟ ବୋଲି କହିଥିଲେ। ଏଥିସହ ବ୍ୟାଙ୍କ, ଅର୍ଥନୈତିକ ସଂସ୍ଥା ଦ୍ୱାରା ଠକେଇ, ବିଦ୍ୟୁତ୍‌‌, ଅତ୍ୟଧିକ ରେଳ ଭଡା, ବୀମା କମ୍ପାନୀ ଦ୍ୱାରା ଠକେଇ, ପରିମଳ ଏବଂ ବିଭିନ୍ନ ବିଭାଗ ଦ୍ୱାରା କାର୍ୟ୍ୟକାରୀ ନହେବା ଆବାସ ଯୋଜନା ଆଦି ବିଭିନ୍ନକ୍ଷେତ୍ରରେ ସ୍ଥାୟୀ ଲୋକ ଅଦାଲତ ମାଧ୍ୟମରେ ଲୋକମାନେ ଏହାର ସୁବିଧା ପାଇପାରିବେ ବୋଲି ବିଚାରପତି ଶ୍ରୀ ମିଶ୍ର କହିଥିଲେ। ପ୍ରାଧିକରଣ ସଚିବ ମାମୀ ବେହେରା ଏହି ଶିବିରରେ ଯୋଗଦେଇ ପ୍ରାଧିକରଣ ମାଧ୍ୟମରେ କାର୍ୟ୍ୟକାରୀ ଯୋଜନା, ପୀଡିତା କ୍ଷତିପୂରଣ ପ୍ରଦାନ, ମାଗଣା ଆଇନ ସେବା, ମଧ୍ୟସ୍ଥତା ମାଧ୍ୟମରେ ସମସ୍ୟାର ସମାଧାନ, ଜିଲା ସୁରକ୍ଷା ସେଲ, ପରିବାର ପରାମର୍ଶ କେନ୍ଦ୍ର ଦ୍ୱାରା ସମସ୍ତ ପାରିବାରିକ ସମସ୍ୟାର ସମାଧାନ ଦିଗରେ ପ୍ରାଧିକରଣ ନିରବଛିନ୍ନ ଭାବେ ତା’ର ଦାୟିତ୍ୱ ସମ୍ପାଦନ କରିଆସୁଛି ବୋଲି କହିଥିଲେ। ଉପଆରକ୍ଷୀ ଅଧିକ୍ଷକ ପୁଷ୍ପଲତା ବାରିକ ଯୋଗଦେଇ ମହିଳା ମାନଙ୍କ ସ୍ୱାର୍ଥ ସମ୍ବଳିତ ତଥ୍ୟ ପ୍ରଦାନ କରି ଆଇନ ସେବା ପ୍ରାଧିକରଣ ପୁଲିସ ପ୍ରଶାସନ ମାଧ୍ୟମରେ ମହିଳାଙ୍କ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି କହିଥିଲେ। ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ ସହ ଶିବିରକୁ ସଂଯୋଜନା ଅବସରରେ ପ୍ରାଧିକରଣ ସ୍ଥାୟୀ ଲୋକ ଅଦାଲତ, ପରିବାର ପରାମର୍ଶ କେନ୍ଦ୍ର, ଜିଲା ସୁରକ୍ଷା ସେଲ ଆଦିର କାର୍ୟ୍ୟାବଳୀ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଶେଷରେ ସ୍ଥାନୀୟ ସରପଞ୍ଚ ଅଞ୍ଜଳି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ ୧୫ଜଣ ମହିଳା ଓ ପୁରୁଷ ସେମାନଙ୍କର ବିଭିନ୍ନ ଅଭିଯୋଗପତ୍ର ପ୍ରାଧିକରଣ ନିକଟରେ ଦାଖଲ କରିଥିବା ବେଳେ ଏହାର ସମାଧାନ କିଭଳି ତୁରନ୍ତ କରାଯାଇ ପାରିବ ସେ ସମ୍ପର୍କରେ ଅତିଥିଗଣ କହିଥିଲେ। ପ୍ରାଧିକରଣ କର୍ମୀ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories