www.samajalive.in
Monday, December 15, 2025
15.1 C
Bhubaneswar

ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

କେନ୍ଦୁଝରଗଡ଼଼: ଖଣିରେ ଭରପୁର କେନ୍ଦୁଝର ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କେବଳ ନେତାଙ୍କ ନିର୍ବାଚନୀ ପ୍ରତିଶୃତିରେ ସୀମିତ ଥିବାବେଳେ ଆଜି ପର୍ୟ୍ୟନ୍ତ ଜିଲାରେ ଏକ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହୋଇନପାରିବା ଜିଲାର ଆର୍ଥିକ ଓ ସାମାଜିକ ସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ଖୁବ୍‌‌ ଶିଘ୍ର କେନ୍ଦୁଝର ଜିଲାରେ ଏକ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ନହେଲେ ଜିଲା କଂଗ୍ରେସ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିଛଚନ୍ତି। ଜିଲା କଂଗ୍ରେସ ଭବନ ଠାରେ ବୁଧବାର ଆୟୋଜିତ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅବସରରେ ଶ୍ରୀ ମିଶ୍ର ପ୍ରେସ୍‌‌ ବାର୍ତ୍ତା ଜରିଆରେ ଉପରୋକ୍ତ ଚେତାବନୀ ଦେବାସହ ଜିଲାର ବହୁ ଛୋଟ ବଡ ଶିଳ୍ପାନୁଷ୍ଠାନ ବନ୍ଦ ସହ ଖଣି ମାନଙ୍କରେ ଅତ୍ୟଧିକ ମେସିନ ବ୍ୟବହାର ଯୋଗୁଁ ଜିଲାର ଶିକ୍ଷିତ ବେକାରୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ।

ଜିଲାରେ ନିର୍ମାଣାଧିନ କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପ ନିର୍ମାଣର ୩୦ବର୍ଷ ପରେ ମଧ୍ୟ କାର୍ୟ୍ୟକାରୀ ନହେବା କାରଣରୁ ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀକୁ ନିରାଶ ହେବାକୁ ପଡ଼ିଛି। ଏଥିସହ କୃଷି ବହୁଳ କେନ୍ଦୁଝର ଜିଲାରେ ତୁରନ୍ତ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଶ୍ରୀ ମିଶ୍ର ଦାବି କରିଛନ୍ତି। କେନ୍ଦୁଝରରେ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କାର୍ୟ୍ୟକ୍ଷମ ପରେ ଜିଲାବାସୀ ଉନ୍ନତମାନର ଚିକିତ୍ସା ପାଇବା ନେଇ ବାନ୍ଧିଥିବା ଆଶା ମଉଳି ଯାଇଛି। ଜିଲା ରକ୍ତ ଭଣ୍ଡାରରେ ରକ୍ତର କଳାବଜାରୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଯେତିକି ନିରାଶ କରିଛି ତା’ଠାରୁ ଅଧିକ ଆବଶ୍ୟକ ଶର୍ୟ୍ୟା ଅଭାବରୁ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଗଡ଼ୁଥିବା ଜିଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି କେତେ ସୁଦୃଢ଼ ଏଥିରୁ ଅନୁମାନ କରାଯାଇ ପାରେ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ଏହା କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବହୁ ଯନ୍ତ୍ରପାତି ଅକାମୀ ହୋଇ ପଡ଼ିଥିବା ବେଳେ ଆବଶ୍ୟକ ଡାକ୍ତର ପଦ ଏପର୍ୟ୍ୟନ୍ତ ପୁରଣ ହୋଇପାରିଲା ନାହିଁ। ସହରରେ ଡ୍ରେନେଜ୍‌‌ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସହରବାସୀଙ୍କୁ ଆନ୍ଦୋଳନ ପାଇଁ ପରୋକ୍ଷରେ ବାଧ୍ୟ କରୁଥିବାରୁ ଆଗାମୀ ବର୍ଷା ଋତୁ ପୂର୍ବରୁ ଡ୍ରେନ ମରାମତି ସହ ପୁନଃଉଦ୍ଧାର କରାଯିବା ନିହାତି ଆବଶ୍ରକ ହୋଇପଡ଼ିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ବିଦ୍ୟୁତ୍‌‌ କାଟ ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ମନ୍ତବ୍ୟ ପ୍ରଦାନ ପରଠାରୁ ବିଶେଷକରି କେନ୍ଦୁଝର ସହରରେ ଯେଭଳି ଭାବେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍‌‌ କାଟ ହେଉଛି ଗ୍ରାମାଞ୍ଚଳରେ ଏହାର ଅବସ୍ତା କ’ଣ ଥିବ ତାହା ସ୍ପଷ୍ଟ ଅନୁମେୟ। ଜିଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଥିଲେ ହେଁ ଏପର୍ୟ୍ୟନ୍ତ ସରକାରୀସ୍ତରରେ ବିଜ୍ଞପ୍ତି ପ୍ରକାଶ ନପାଇବା ଏବଂ ଜିଲାର ବହୁ ମହାବିଦ୍ୟାଳୟରେ ଅଧ୍ୟପକ ପଦ ଖାଲି ପଡ଼ିବା କାରଣରୁ ଶିକ୍ଷାଦାନ ବ୍ୟବସ୍ଥା ଜିଲାବ୍ୟାପୀ ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଥିବା ବେଳେ ଖାଲି ପଡ଼ିଥିବା ଅଧ୍ୟାପକ ପଦ ତ୍‌‌ୁରନ୍ତ ପୁରଣ ସହ ବିଶ୍ୱବିଦ୍ୟାଳୟ କିଭଳି ସୁଚାରୁରୂପେ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାନଗଲେ ଜିଲାବ୍ୟାପୀ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ମିଶ୍ର ସତର୍କ କରାଇ ଦେଇଛନ୍ତି। ସର୍ବୋପରି ଉନ୍ନୟନମୂଳକ କାର୍ୟ୍ୟ ନାମରେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଦୁରୁପଯୋଗକୁ ରୋକାନଗଲେ ଜିଲା କଂଗ୍ରେସ ପକ୍ଷରୁ ବାଧ୍ୟ ହୋଇ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା, କ୍ଷୀରୋଦ ରାଉତ, କଂଗ୍ରେସ ନେତା ଉତ୍ତମ କୁମାର ସାହୁ, ଲଳିତ ନାଏକ, ରତ୍ନାକର ଜେନା, ପ୍ରଭାକର ନାଏକ, ଗୌରହରି ନାଏକ, ବୁନୁ ପରିଡ଼ା, ଲୁଲୁ ମଙ୍ଗରାଜଙ୍କ ସମତେ ବହୁ ଯୁବ ଓ ଛାତ୍ର ନେତା ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories