ପାଟଣା : ପାଟଣା ଥାନା ଅଞ୍ଚଳର ଜଣେ +୨ ପଢୁଥିବା ୧୭ ବର୍ଷୀୟା ଛାତ୍ରୀଙ୍କୁ ଗତ ଏପ୍ରିଲ ୧୧ରେ ପାଟଣାରୁ ଅପହରଣ କରି ନିଆ ଯାଇଥିଲା । ଏ ନେଇ ପାଟଣା ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୁଲିସ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିବା ବେଳେ ଅପହୃତା ଜଣକ ବାଙ୍ଗାଲୋର ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ପାଟଣା ପୁଲିସ ପକ୍ଷରୁ ଏକ ଟିମ୍ ବାଙ୍ଗାଲୋର ଯାଇ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିଛି। ଅପହରଣକାରୀ ଜଣକ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରକୋଳି ଗ୍ରାମର ଶୁଭେନ୍ଦୁ ପ୍ରଧାନ (୩୫) ବୋଲି ଜଣାପଡିଛି । ଅପହରଣକାରୀ ଜଣକ ପାଟଣା ଥାନା ଅଞ୍ଚଳ ଟାଙ୍ଗରପଡା ଉଚ୍ଚବିଦ୍ୟାଳୟର ଧନ୍ଦାମୁଳକ ଶିକ୍ଷକ ବୋଲି ମଧ୍ୟ ଜଣାପଡିଛି। ଅପହରଣର ମାସକ ପରେ ଅପହୃତାକୁ ଠାବ କରିବାରେ ପାଟଣା ପୁଲିସ ସଫଳ ହୋଇଛି। ଗିରଫ ପରେ ଅପହରଣକାରୀ ଧନ୍ଦାମୂଳକ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
Comments are closed.