କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଗ୍ରୀଷ୍ମକାଳୀନ ଅବକାଶ ଚଳିତମାସ ୨୨ରୁ ଆରମ୍ଭ ହେବ। ୨୦ ଓ ୨୧ ତାରିଖ (ଶନିବାର ଓ ରବିବାର)ଦୁଇଦିନ ଛୁଟି ଥିବାରୁ ଅଦାଲତ କାର୍ଯ୍ୟ ବନ୍ଦ ରହିବ। ଆସନ୍ତା ଜୁନ୍ ୨୦ ପର୍ଯ୍ୟନ୍ତ ଏହି ଗ୍ରୀଷ୍ମକାଳୀନ ଅବକାଶ ବଳବତ୍ତର ରହିବ। ସେହିପରି କେନ୍ଦ୍ରୀୟ ନ୍ୟାୟିକ ପ୍ରାଧିକରଣ(କ୍ୟାଟ୍)କଟକ ବେଞ୍ଚର ଗ୍ରୀଷ୍ମକାଳୀନ ଅବକାଶ ଆସନ୍ତା ୨୨ରୁ ଆରମ୍ଭ ହୋଇ ଜୁନ୍ ୧୯ରେ ଶେଷ ହେବ। ଚଳିତମାସ ୨୩ ଓ ୩୧ ଏବଂ ଜୁନ୍ ୧୪ ତାରିଖରେ ଅବକାଶକାଳୀନ ଅଦାଲତରେ ଅତିଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରାଯିବ। ତେବେ କ୍ୟାଟ୍ଙ୍କ ରେଜିଷ୍ଟ୍ରି ଏହି ଅବଧି ମଧ୍ୟରେ ଦିନ ୧୦.୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମାମଲା ଗୁଡିକର ଆବେଦନ ଗ୍ରହଣ କରିବେ। ଜୁନ୍ ୨୦ରେ ପ୍ରାଧିକରଣ ଯଥାବିଧି କାର୍ଯ୍ୟ କରିବ ବୋଲି କ୍ୟାଟ୍ କଟକ ବେଞ୍ଚ ପକ୍ଷରୁ ଯୁଗ୍ମ ରେଜିଷ୍ଟାର ପି. ପଣ୍ଡା ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।
Popular Categories



