ଆଠଗଡ ଡାକ୍ତରଖାନାରେ ଅନ୍ତର୍ଜାତୀୟ ସେବିକା ଦିବସ
ଆଠଗଡ : ଆଠଗଡ ଡାକ୍ତରଖାନାରେ ଅନ୍ତର୍ଜାତୀୟ ସେବିକା ଦିବସ ଶୁୁକ୍ରବାର ପାଳିତ ହୋଇଯାଇଛି । ଆଧୁନିକ ନର୍ସିଂ ସେବାର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମଦିନରେ ମେ ୧୨ତାରିଖ ସେବିକା ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଇଥାଏ। ନର୍ସିଂ ଅଧିକାରୀ ମେହରୁନ୍ ନିଶାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଦିଲ୍ଲୀପ ରଞ୍ଜନ ପାତ୍ର, ମୁଖ୍ୟବକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ଭାବେ ଡାକ୍ତର ସନତ ପାତ୍ର, ଡାକ୍ତର ଲିପସା ପ୍ରୀତି ନାୟକ ଓ ଡାକ୍ତର ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ସେବିକାଙ୍କ ନିଷ୍ଠାପର ସେବା ଯୋଗୁଁ ରୋଗୀ ସୁସ୍ଥ ହେବାରେ ସହାୟକ ହୋଇଥାଏ ଏବଂ ରୋଗୀସେବା କାର୍ଯ୍ୟରେ ସେବିକାମାନଙ୍କ ଯୋଗଦାନ ଅତୁଳନୀୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଡାକ୍ତରଖାନାରେ କାର୍ଯ୍ୟରତ ସେବିକା ଆମ୍ରପଲ୍ଲୀ ସାହୁୁ, ପ୍ରଭାସିିନୀ ରାଉତ, ସ୍ମୃତିରେଖା ବିହାରୀ, ସ୍ମୃତିସୁଧା ସିଂହ, ପ୍ରକାଶ ପଲେଇ, ଅବସରପ୍ରାପ୍ତ ନର୍ସିଂ ଅଧିକାରୀ ଶୈଳରାଣୀ ଭୂୟାଁ, ରଶ୍ମିତା ପରିଡା, ସୁଜାତା ମାଝି, ଥମେଶ୍ୱରୀ ବଡଜେନା, ସ୍ମିତାଞ୍ଜଳି ସାହୁ, ରୋଜମେରୀ କେର୍କେଟା, ଏଲିଜାବେଥ ପ୍ରଧାନ, ବିନୋଦିନି ଦେଇଙ୍କ ସମେତ ବହୁ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନର୍ସିଂ ଅଧିକାରୀ ପ୍ରଣତି ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.