www.samajalive.in
Monday, December 15, 2025
14.1 C
Bhubaneswar

ଝାରସୁଗୁଡ଼ା ଉପନିର୍ବାଚନ, ସବୁ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ବୁଥକୁ ୱେବ୍‌କାଷ୍ଟିଂ କରାଯିବ। ରାଜ୍ୟରେ ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି। ସବୁ ବୁଥ୍‌ ୱେବ୍‌କାଷ୍ଟିଂ ହେବା ଦ୍ବାରା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ବସି ବୁଥ୍‌ଗୁଡ଼ିକୁ ଅନୁଧ୍ୟାନ କରିପାରିବେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୦ପ୍ରତିଶତ ବୁଥ୍‌ ସମ୍ବେଦନଶୀଳ। ଏ ପର୍ଯ୍ୟନ୍ତ ଦୁଇଟି ରାଜନୈତିକ ଦଳଠାରୁ ନିର୍ବାଚନ ଆଚରଣଵିଧି ଉଲ୍ଲଘଂନ ନେଇ ଅଭିଯୋଗ ହସ୍ତଗତ ହୋଇଛି। ଅନୁରୂପ ଅଭିଯୋଗଗୁଡ଼ିକ ଝାରସୁଗୁଡ଼ା ଜିଲାପାଳ ମଧ୍ୟ ପାଇଛନ୍ତି। ଅଭିଯୋଗଗୁଡ଼ିକର ତଦନ୍ତ ଚାଲୁ ରହିଛି। ଆଇନଶୃଙ୍ଖଳା ପାଇଁ କେନ୍ଦ୍ରୀୟ ପୁଲିସ ଆସିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳଙ୍କ ଅଧ୍ୟକ୍ଷତାରେ ଶନିବାର ଆଭାସି ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଉପନିର୍ବାଚନ ବେଳେ ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଇନ୍‌ଶୃଙ୍ଖଳା ରକ୍ଷା, ନିର୍ବାଚନ ମଣ୍ଡଳୀର ସବୁ ବୁଥ୍‌କୁ ଭୋଟ ଗ୍ରହଣ ସାମଗ୍ରୀ ସୁବଣ୍ଟନ, କାଳବୈଶାଖୀ ଏବଂ ଝଡ଼ବାତ୍ୟାରୁ ଭୋଟରଙ୍କୁ ସୁରକ୍ଷା ପାଇଁ ବ୍ୟବସ୍ଥା, ଭୋଟ୍‌ ପୂର୍ବରୁ ଜନମତ ଅଙ୍କୁଶ ଉପରେ, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତିକୁ ସୂଚାରୁ ରୂପେ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି।

- Advertisement -

ଷ୍ଟ୍ରଙ୍ଗ୍‌ରୁମ୍‌ ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଭାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଭାସି ବୈଠକରେ ଉପନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ହମିଦ୍‌ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ରବିରାଜ ସାହୁରାଜ ଖୋଗରେ, ରାଜ୍ୟ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲାପାଳ ଆବୋଲି ଏସ୍‌୍‌. ନରବାଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିଥ୍‌ ପି. ପୁରୁଷୋତ୍ତମ ଦାସ ପ୍ରମୁଖ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories