ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରବିବାର ସେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବାକୁ ଝାରସୁଗୁଡ଼ା ଯାଉଛନ୍ତି। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନ ବନ୍ଦରଠାରୁ ସଭାସ୍ଥଳ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କେନ୍ଦ୍ରଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସନ୍ତାକାଲି ଝାରସୁଗୁଡ଼ା ଯାଇ କୋଲାବିରା ବ୍ଲକ୍ରେ ପୂର୍ବାହ୍ଣରେ ଏକ ନିର୍ବାଚନୀ ସଭା କରିବେ। ଅପରାହ୍ଣ ୪ଟାରେ ଝାରସୁୁଗଡ଼ା ସହର ବସ୍ଷ୍ଟାଣ୍ଡରୁ ଏକ ରୋଡ୍ ଶୋ’ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ମାଗିବେ ବୋଲି ଜଣାପଡ଼ିଛି।
Popular Categories



