www.samajalive.in
Monday, December 15, 2025
14.1 C
Bhubaneswar

୨୦୨୪ ଜୁନ୍‌ ୩୦ ଯାଏଁ ବଢିଲା ସ୍ମାର୍ଟସିଟି ଅବଧି

ଭୁବନେଶ୍ବର: ପୁଣି ବର୍ଷେ ବଢିଲା ସ୍ମାର୍ଟସିଟିର ଅବଧି। ଏନେଇ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଅବଗତ କରାଯାଇଛି। ଗତ ୨୦୧୫ରେ କେନ୍ଦ୍ର ସରକାର ୧୦୦ ସ୍ମାର୍ଟସିଟି ମିଶନ ଶୁଭାରମ୍ଭ କରିଥିଲେ। ଏଥିରେ ଭୁବନେଶ୍ୱର ଏବଂ ରାଉରକେଲା ସ୍ଥାନ ପାଇଥିଲା। ସହରର ଉନ୍ନତିକରଣ ସହିତ ସ୍ମାର୍ଟସିଟି ପାଇଁ ବିଭିନ୍ନ ପ୍ରକଳ୍ପ, ଯୋଜନା କାର୍ଯ୍ୟକାରୀ କରାଯାଉଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ଶେଷ ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ଆଉ ୧ ବର୍ଷ ଅର୍ଥାତ୍‌ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ଗୋଟିଏ ବର୍ଷରେ କୌଣସି ଅତିରିକ୍ତ ମୂଲ୍ୟ ବିନା ପୂର୍ବ ଅନୁମୋଦିତ ଆର୍ଥିକ ଆବଣ୍ଟନ ମଧ୍ୟରେ କାର୍ଯ୍ୟ କରାଯିବ। ଯେଉଁ କଳ୍ପ ଗୁଡିକ ଚାଲୁରହିଛି ବା ହେବାକୁ ବାକି ଅଛି ତାହାକୁ ସାରିବାକୁ କୁହାଯାଇଛି। ବର୍ତ୍ତମାନ କେତେକ ସହରରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସରିନ ଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ସେହିପରି ବର୍ଦ୍ଧିତ ସମୟରେ ‘ମିଶନ୍‌ ଟୁ ମୁଭ୍‌ମେଣ୍ଟ’ ଜରିଆରେ ସ୍ମାର୍ଟ ସହରଗୁଡିକର ସଫଳତାକୁ ନେଇ ଦେଶର ଅନ୍ୟ ସହରଗୁଡିକରେ ଉପଯୋଗ କରାଯିବା କାର୍ଯ୍ୟ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories