www.samajalive.in
Sunday, December 7, 2025
18.1 C
Bhubaneswar

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଫେରାର ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ରାସ୍ତାରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ ବିଜେପୁର ଥାନା ଅଧିନସ୍ତ ବେନଗାଁ ଅଞ୍ଚଳର ୨ ଜଣ ନାବାଳିକା ଓ ଜଣେ ଯୁବତୀ ଗତ ମାସ ୧୩ ତାରିଖ ରାତିରେ ନାଟକ ଦେଖି ଫେରୁଥିବା ବେଳେ ସେହି ଅଞ୍ଚଳର ପାଜିବାହାଲି ଗାଁର ପାଞ୍ଚଜଣ ଯୁବକ ନାବାଳିକାଙ୍କ ସହିତ ଥିବା ଯୁବତୀ ଜଣକୁ ଚାପୁଡ଼ା ମାରି ୨ ଜଣ ନାବାଳିକାଙ୍କୁ ଉଠାଇ ନେବା ସହିତ ଦୁଷ୍କର୍ମ କରିଥିବା ବିଜେପୁର ଥାନାରେ ଅଭିଯୋଗ ହେଇଥିଲା । ଏ ନେଇ ବିଜେପୁର ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତମାନେ ଫେରାର ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନଥିଲେ । ପରେ ଚାରିଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ଏନେଇ ଗତ ୨୪ ତାରିଖରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀଙ୍କ ନେତୃତ୍ୱରେ ପିଡିତାଙ୍କ ଗ୍ରାମରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଏହା ପରେ ସଂଘ ପକ୍ଷରୁ ଭବାନୀପାଟଣାଠାରେ ଅତିରିକ୍ତ ପୁଲିସ ଅଧିକ୍ଷକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।
ଏହା ପରେ ପୁଲିସ ପକ୍ଷରୁ ୫ ଜଣ ଅଭିଯୁକ୍ତ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ଜଣେ ନାବାଳକ ଥିଲା। ଗତ ୨୭ ତାରିଖ ଦିନ ଲାଞ୍ଜିଗଡ ବ୍ଳକ ଆଦିବାସୀ ସଂଘ ସଭାପତି ସୁକୃ ମାଝୀଙ୍କ ନେତୃତ୍ୱରେ ପୁଣି ଏକ ପ୍ରତିନିଧି ଦଳ ପିଡିତାଙ୍କ ଗାଁକୁ ଯାଇ ଦ୍ୱିତୀୟ ଥର ବୈଠକ କରିଥିଲେ। କିନ୍ତୁ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିନଥିବା ଯୋଗୁଁ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଅତିଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ଆଗାମୀ ମେ ୧୦ ତାରିଖରେ ବିଜେପୁର ଥାନା ଘେରାଉ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା ଓ ଏହାପରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ ଏବଂ ଲାଞ୍ଜିଗଡ ବ୍ଳକ ଆଦିବାସୀ ସଂଘ ସଭାପତି ସୁକୃ ମାଝୀ ପୀଡ଼ିତାଙ୍କ ଗାଁକୁ ଯାଇ ପୀଡିତା ଏବଂ ତାଙ୍କ ପରିବାର ମାନଙ୍କୁ ଶାନ୍ତ୍ୱନା ଦେବା ସହିତ ବିଜେପୁର ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଓ ଏହାପରେ ପୁଲିସ ପୁଣି ତାର ତଦନ୍ତ ଆରମ୍ଭ କରିଥିଲା ଓ କୌଣସି ସୂତ୍ରରୁ ଖବର ପାଇଁ ବିଜେପୁର ଥାନା ଅଧିକାରୀ ଲିଙ୍ଗରାଜ ସେଠୀଙ୍କ ନେତୃତ୍ୱରେ ବିଜେପୁର ପୁଲିସ ଷ୍ଟାଫଙ୍କ ସହିତ ୩ ତାରିଖ ବୁଧବାର ଦିନ ଫେରାର ଅଭିଯୁକ୍ତ ରାଜୀବ ମାଝୀଙ୍କୁ କେନ୍ଦୁପେଟ ଗାଁ ନିଜ ଘରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ଏ ନେଇ ବିଜେପୁର ଥାନାରେ କେସ ନଂ ୮/୨୩ ଓ ୯/୨୩ ଅନୁଯାଇ ଧାରା ୩୬୩, ୩୭୬ ଓ ପୋସ୍କୋ ଧାରାରେ ମାମଲା ରୁଜୁ ହେଇଥିବା ସୂଚନା ମିଳିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories