www.samajalive.in
Tuesday, December 9, 2025
26.1 C
Bhubaneswar

ଜେଇଇ ମେନ ପରୀକ୍ଷାଫଳ ପ୍ରକାଶ, ପ୍ରିୟଙ୍କା ସର ରାଜ୍ୟ ଟପ୍ପର

ଭୁବନେଶ୍ବର: ଆଜି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ ପରୀକ୍ଷାଫଳ ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୨.୫ଲକ୍ଷ ଶ୍ରେଷ୍ଠ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ। ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ଓଡ଼ିଶାର ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ସହ ରାଜ୍ୟ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପ୍ରବେଶିକା ଦେଇଥିଲେ।

ଜେଇଇ ମେନ୍‌‌ ଫଳ ପ୍ରକାଶ ପାଇବା ପରେ ମେ’ ୫ ତାରିଖ ସୁଦ୍ଧା ମେଧାବୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌‌ ପ୍ରବେଶିକା ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିପାରିବେ। ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୨.୫ଲକ୍ଷ ଶ୍ରେଷ୍ଠ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇପାରିବେ। ଜୁନ୍‌‌ ୪ ତାରିଖରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌‌ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

- Advertisement -

ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ ପରୀକ୍ଷାଫଳ ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଏନ୍‌ଟିଏ ଅଫିସିଆଲ ୱେବସାଇଟ୍‌ jeemain.nta.nic.inକୁ ଯାଇ ନିଜର ରାଙ୍କ ଓ ମାର୍କ ଦେଖିପାରିବେ। ଏହି ୱେବସାଇଟ ଲଗିନ୍‌ କରି ପରୀକ୍ଷାଫଳ ଜାଣିପାରିବେ। ଛାତ୍ରଛାତ୍ରୀ ନିଜ ପଞ୍ଜୀକରଣ ନମ୍ବର କିମ୍ବା ରୋଲ୍‌ ନମ୍ବର ଦାଖଲ ଲେଖି ନିଜ ପରୀକ୍ଷାଫଳ ଜାଣିପାରିବେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories