ମେ’ ମାସରେ ଜଳିବ ଓଡ଼ିଶା

ଭୁବନେଶ୍ବର: ମେ’ରେ ଓଡ଼ିଶାରେ ସ୍ବାଭାବିକଠୁ ଅଧିକ ତାପମାତ୍ରା ସମ୍ଭାବନା ରହିଛି। ମେ’ ମାସରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ ରିପୋର୍ଟରେ ଦର୍ଶାଯାଇଛି। ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ସ୍ବାଭାବିକଠୁ ଅଧିକ ତାତି ଅନୁଭୂତ ହେବ। ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଗୁଜରାଟରେ ମଧ୍ୟ ଅନୁରୂପ ତାତି ଅନୁଭୂତ ହେବ। ତେଣୁ ରାଜ୍ୟ ସରକାରମାନେ ଏହାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

kalyan agarbati

Comments are closed.