ଜାତୀୟ କ୍ରୀଡାରେ ସୁନାମ ଅର୍ଜନ କଲେ ବୌଦ୍ଧ ତାଇକୋଣ୍ଡୁ ଖେଳାଳୀ

ବୌଦ୍ଧ: ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେମୁଖ୍ୟ ଅତିଥି ଭାବେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗଦାନ କରି କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ। ଉପଦେଷ୍ଠା ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସଂପାଦକ ଅଜିତ ସାହୁ ଖେଳାଳୀମାନଙ୍କ କୃତିତ୍ବସଂପର୍କରେ ଆଲୋଚନା କରିଥିଲେ। ଗତ ୫ ବର୍ଷରେ ଖେଳାଳୀମାନେ ଆନ୍ତର୍ଜାତିକ ସ୍ତରରେ ୯ଟି ସ୍ୱର୍ଣ୍ଣ, ୧୪ଟି ରୋପ୍ୟ ଓ ୫ଟି ବ୍ରୋଞ୍ଜ ପଦକ, ଜାତୀୟ ସ୍ତରରେ ୩ଟି ସ୍ୱର୍ଣ୍ଣ, ୨୨ଟି ରୋପ୍ୟ ପଦକ, ୨୯ଟି ବ୍ରୋଞ୍ଜ ପଦକ, ଜୋନାଲ ସ୍ତରରେ ୭୮ ସ୍ୱର୍ଣ୍ଣ, ୪୭ଟି ରୌପ୍ୟ, ୩୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

prayash

ୟସଭାପତି ଯୋଜେ୍ଞଶ୍ୱର ମିଶ୍ର ସଂଘର ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ଜିଲା ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ମ୍ୟାଟ ପ୍ରଦାନ କରିଥିବାରୁ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଖେଳାଳୀମାନେ ସୁଲଗ୍ନା ମିଶ୍ର, ମନୀଷା ସାହୁ,ସୁନୟନା ମେହେର, ଅଭିନାଶ ମେଣ୍ଡୁଳି,ରାଜେଶ ମେହେର,ତନ୍ମୟ ବର୍ଦ୍ଧନ ସାହୁ, ଅନ୍ୱେଷା ସାହୁ, ଚନ୍ଦ୍ର ପୂଜିତା ମିଶ୍ର, ସାଧନାରାଣୀ ଜେନା, ଅସ୍ମିତ ସାହୁ, ସୁବାଶିଷ ମହିଶାଲ, ସ୍ୱାଗତ ମିର୍ଦ୍ଧା କୃତିତ୍ୱ ଅର୍ଜନ କରିଥିଲେ। ବୌଦ୍ଧଜିଲାରୁ ଗୋଟିଏ ବ୍ୟାଚରେ ୨୧ ଜଣ ଛାତ୍ରଛାତ୍ରୀ ବ୍ଲକବେଲ୍ଟ ହାସଲ କରି ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ବିଶ୍ୱରଂଜନ ସାହୁ, ଅରୁଣ ମେଣ୍ଡୁଳି, ଲୋକନାଥ ମେହେର, ଅମନ ସାହୁ, ରାମଚନ୍ଦ୍ର ସାହୁ, ତ୍ରିଲୋଚନ ବେହେରା, ସଂଜୟ ମିର୍ଦ୍ଧା, ପୀତବାସ ମେହେର ପ୍ରମୁଖ ପରିଚାଳନା କରିଥିଲେ।

kalyan agarbati

Comments are closed.