ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କଲେ ପ୍ରଶିକ୍ଷଣ ନେଉଥିବା ୩୧ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ
ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବାଓଡିଶା ପ୍ରଶାସନିକ ସେବା ବର୍ଗରେ ନିୟମିତ ନିଯୁକ୍ତି-୨୦୧୯ ବ୍ୟାଚର ୩୧ ଜଣ ପ୍ରୋବେସନରମାନେ ବୁଧବାର ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ।ଏକାଡେମୀର ଅତିରିକ୍ତ କମିଶନର ଡଃ.ହିମାଂଶୁ ଭୂଷଣ ପଣ୍ଡାଙ୍କ ନେତୃତ୍ୱରେ ଏହି ଟିମ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ବେଳେ ଏହି ଅବସରରେଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆତ୍ମପରିଚୟ ପ୍ରଦାନ କରିଥିଲେ।ରାଜ୍ୟର ଦୈନନ୍ଦିନ ପ୍ରଶାସନ ସହିତ ଗଭୀର ଭାବରେ ଜଡ଼ିତ ହେଉଥିବା ରାଜ୍ୟ ପ୍ରଶାସନିକ ସେବାର ଏକ ଅଂଶ ହୋଇଥିବା ଏହି ଅଧିକାରୀମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ।
ସଚ୍ଚୋଟତା, ନିଷ୍ଠା ଓ ଆନ୍ତରିକତା ଜନସେବାର ମୁଖ୍ୟମନ୍ତ୍ର, ଯାହାକୁ ଅଧିକାରୀମାନେ ସର୍ବଦା ଆପଣାଇବା ଉଚିତ ବୋଲି ସେ କହିଥିଲେ। ଏକ ଉନ୍ନତ ରାଷ୍ଟ୍ର ଗଠନ ନିମନ୍ତେ ଜନସାଧାରଣଙ୍କ ପାଇଁ ପ୍ରତିବଦ୍ଧ ରହି କାର୍ୟ୍ୟ କରିବାକୁ ମାନ୍ୟବର ରାଜ୍ୟପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଆଲୋଚନା ପରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ଡ. ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.