ବିପ୍ଳବୀଙ୍କ ଜନ୍ମସ୍ଥାନ କୁସୁମିତାରେ ହେବ ଜିଲାସ୍ତରୀୟ ଧରଣୀଧର ଜୟନ୍ତୀ

କେନ୍ଦୁଝରଗଡ଼: ଆଗାମୀ ୫ ତାରିଖ ବିପ୍ଳବୀ ଧରଣୀଧର ନାଏକଙ୍କ ଜିଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଗୁରୁବାର ମିନିକନଫରେନ୍ସ ହଲଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ ଓ ଜିଲା ଭୂୟାଁ ସାଂସ୍କୃତିକ ସଙ୍ଗଠନ ମିଳିତ ଆନୁକୂଲ୍ୟରେ ତଥା ଧରଣୀଧର ଆଞ୍ଚଳିକ ବିକାଶ ପରିଷଦ କୁସୁମିତା ସହଯୋଗରେ ଚଳିତବର୍ଷ ଏହି ଜିଲାସ୍ତରୀୟ ଜୟନ୍ତୀ ଉତ୍ସବ ବିପ୍ଳବୀଙ୍କ ଜନ୍ମସ୍ଥାନ କୁସୁମିତା ଗ୍ରାମରେ ପାଳନ ନିମନ୍ତେ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁଯାୟୀ ମେ ୫ ତାରିଖ ସକାଳେ ଭୂୟାଁ ସାଂସ୍କୃତିକ ସଙ୍ଗଠନ କର୍ମକର୍ତ୍ତାଙ୍କ ଦ୍ୱାରା ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ମନ୍ଦିରରେ ପୂଜାର୍ଚ୍ଚନା ପରେ ସକାଳ ୮ରୁ ସାଢ଼େ ୮ଟା ମଧ୍ୟରେ ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜେଲରୋଡଛକସ୍ଥିତ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ।

prayash

କୁସୁମିତାସ୍ଥିତ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଜିଲାସ୍ତରୀୟ ଧରଣୀଧର ଜୟନ୍ତୀ ମହାସମାରୋହରେ ପାଳନ କରାଯିବ। ୨୦୨୨ ମସିହା ମାଟ୍ରିକ୍‍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିିତ କରାଯିବ। ସେହିଭଳି ୨୦୨୨ ଯୁକ୍ତ ୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିିତ କରାଯିବ। ଏତଦ୍‍ବ୍ୟତୀତ କୃଷି, ଜୀବୀକା ମିଶନ, ଉଦ୍ୟୋଗ, ମିଶନ ଶକ୍ତି କାର୍ଯ୍ୟକ୍ରମରେ ପାରଦର୍ଶିତା ଲାଭ କରିଥିବା ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିିତ କରାଯିବ। ବିପ୍ଳବୀ ଧରଣୀଧରଙ୍କ କୃତି ଓ କୀର୍ତ୍ତିଙ୍କୁ ଲୋକଲୋଚନକୁ ଆଣିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ‘ଧରଣୀ ସମ୍ମାନ’ରେ ସମ୍ବର୍ଦ୍ଧିିତ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଇସୁଆଁ ଠାରୁ କୁସୁମିତା ପର୍ଯ୍ୟନ୍ତ ରାସ୍ତାକୁ ଧରଣୀଙ୍କ ନାମରେ ନାମିତ କରାଯିବାକୁ ବୈଠକରେ ପ୍ରସ୍ତାବକୁ ସର୍ବସମ୍ମତ ଭାବେ ଗୃହୀତ ସହ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ କେନ୍ଦୁଝରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ଓ ଯଦୁମଣି ମହଲା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାଏକ, ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ, ସଦର ତହସିଲଦାର ଆଶିଷ ମହାପାତ୍ର, କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟ, ସାଧାରଣ ପରିଚାଳକ ୱଟକୋ ନାରଦ ଚନ୍ଦ୍ର ରଥ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ସଞ୍ଜୀବ କୁମାର ବାରିକ, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ, ଭୂୟାଁ ସାଂସ୍କୃତିକ ସଙ୍ଗଠନ କେନ୍ଦୁଝରର ସଭାପତି ହରିଶଙ୍କର ନାଏକ, ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ନାଏକ, ଉପଦେଷ୍ଟା ସଞ୍ଜୟ ଶେଖର ଗିରି, ଧରଣୀଧର ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତା ଶ୍ରୀମତୀ ଚନ୍ଦ୍ରମଣୀ ନାଏକ ଓ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.