କାଳବୈଶାଖୀ ନେଲା ଜୀବନ, ବଜ୍ରପାତରେ ଜଣେ ମୃତ

ନୟାଗଡ଼: ଭାପୁର ଥାନା ଭାଲୁଖାଇ ଗାଁରେ ବଜ୍ରପାତ। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଏହି ବଜ୍ରାପାତରେ ସେହି ଗାଁର ୨ଜଣ ଗୁରୁତର ହୋଇଛନ୍ତି। ଗାଁରେ ଏକ ପୋଖରୀ ଖୋଳା ଦେଖୁଥିବାବେଳେ କାଳବୈଶାଖୀ ଯୋଗୁ ବର୍ଷାପବନ ଓ ଘଡ଼ଘଡ଼ି ହୋଇଥିଲା। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ ଏବଂ ସେହି ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଭାପୁର ମେଡ଼ିକାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

prayash

ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ଭାଲୁଖାଇ ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳକ ଗାଁର ନରେଶ ନାୟକଙ୍କ ପୁଅ ସର୍ବେଶ୍ୱର ନାୟକ (୧୦) ବୋଲି ଜଣାପଡ଼ିଛି। ଅପରପକ୍ଷରେ ବଜ୍ରପାତରେ ଦୁଇ ଆହତ ହେଲେ ପତିତ ନାୟକ (୪୨) ଓ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ (୧୨)।

ଆଜି ଭାଲୁଖାଇ ଗାଁରେ ଜେସିବି ଯୋଗେ ପୋଖରୀ ଖୋଳା ଯାଉଥିଲା। ପୋଖରୀ ଖୋଳା ଦେଖିବା ପାଇଁ ସେଠାରେ ଅନେକ ଲୋକ ଜମା ହୋଇଥିଲେ। ସେମାନଙ୍କ ମଧ୍ୟରେ ସର୍ବେଶ୍ୱର, ପତିତ ଓ ଚନ୍ଦନ ବି ଠିଆ ହୋଇ ପୋଖରୀ ଖୋଳା ଦେଖୁଥିଲେ। ସେହି ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ବର୍ଷା ଯୋଗୁ ସର୍ବେଶ୍ୱର, ପତିତ ଓ ଚନ୍ଦନ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ସର୍ବେଶ୍ୱରଙ୍କ ମୃତ୍ୟୁହୋଇଥିବାବେଳେ ପତିତ ଓ ଚନ୍ଦନ ଗୁରୁତର ଆହତ ହୋଇଥିଲେ।
ପରିବାର ଲୋକେ ସର୍ବେଶ୍ୱରଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଗୁରୁତର ପତିତ ଓ କାଳନ୍ଦୀଙ୍କୁ ମଧ୍ୟ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

kalyan agarbati

Comments are closed.