ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା, ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି
ଭୁବନେଶ୍ବର: ହକିପ୍ରେମୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାର ଆଉ ୧୦ ବର୍ଷ ପର୍ଯ୍ୟନ୍ତ ତଥା ୨୦୩୩ ଆଜି ପ୍ରାୟୋଜକ ରହିବ। ଓଡ଼ିଶାରେ ଜାତୀୟ ତଥା ଆନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ମ୍ୟାଚ ଦେଖିବାକୁ ମିଳିବ। ଏହାସହିତ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଖେଳାଯିବାକୁ ଥିବା ସମସ୍ତ ହକି ମ୍ୟାଚର ଓଡ଼ିଶା ପ୍ରାୟୋଜକ ହେବ। ଏହି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ ମୋହର ମାରିଛି।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ବୈଠକରେ ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା ଏବଂ ୨୦୨୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶାରେ ଦୁଇ ଥର ବିଶ୍ୱକପ୍ ହକି ପୁରୁଷ ପ୍ରତିଯୋଗିତା ଆୟୋଜନ କରିଥିବା ଓଡ଼ିଶା ଖଣି ନିଗମ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ ହକି ଟିମଗୁଡ଼ିକର ପ୍ରାୟୋଜକ ରହିବେ। ୨୦୧୮ ମସିହାରେ ଓଡ଼ିଶା ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଛି। ୦୨୩ ମସିହାରେ ଏହି ପ୍ରାୟୋଜକ ଅବଧି ଶେଷ ହେଉଥିଲା। ଏହି ପ୍ରାୟୋଜକ ହେବା ନିମନ୍ତେ ଓଡ଼ିଶା ଖଣି ନିଗମ(ଓଏମସି) ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଥିଲା ଓ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୨୩ ଫେବୃୟାରୀ ୧ରୁ ୨୦୩୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଭାରତୀୟ ହକି ଟିମ(ଉଭୟ ପୁରୁଷ ଓ ମହିଳା)ର ପ୍ରାୟୋଜକ ଭାବେ ଓଏମସି ୪୩୪.୧୨କୋଟି ଟଙ୍କା(ଟିକସକୁ ବାଦ୍ ଦେଇ) ପ୍ରଦାନ କରିବ।
Comments are closed.