ଓଡ଼ିଶାରେ ଅକ୍ଷିମୁଠି ଅନୁକୂଳ କଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ପିପିଲି:ଓଡିଶାବାସୀଙ୍କ ସହ ମୋ ସଂପର୍କ ବହୁ ପୁରୁଣା। ଏଥିପାଇଁ ବାରମ୍ବାର ଓଡିଆ ସିନେମା କରୁଛି। ମୋ ସହ ଓଡିଶାବାସୀଙ୍କ ସଂପର୍କକୁ ଅଧିକ ମଜବୁତ କରି ରଖିବା ପାଇଁ ‘ସହର ଜଳୁଛି, ଏ ଯୁଗର କୃଷ୍ଣ ସୁଦାମା’ ଭଳି ସିନେମା କରିଛି। ଓଡିଶା ପୂର୍ବ ଅପେକ୍ଷା ବହୁତ ସୁନ୍ଦର ହୋଇଛି ବୋଲି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଲିପଡା ଛକ ଠାରେ ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କରିବା ଅବସରରେ ବଲିଉଡ ପ୍ରଖ୍ୟାତ ଅଭିନେତା ତଥା ବିଜେପିର ବରିଷ୍ଠନେତା ମିଥୁନ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରରେ ମିଥୁନ ଚକ୍ରବର୍ତ୍ତୀ ପହଞ୍ଚିବା ପରେ ସେଠାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ର, ବରିଷ୍ଠନେତା ଶଙ୍କର ପରିଡା ପ୍ରମୁଖ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ସେ ଉତ୍ତରାବଜାର ଠାରେ ପହଞ୍ଚିଥିଲେ। ସେଠାରେ ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରିଥିଲେ। ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଡ଼ ସମ୍ବିତ ପାତ୍ର ଓ ଆଶ୍ରୀତ ପଟ୍ଟନାୟକ ପ୍ରମୁଖ ସେଠାରୁ ଏକ ଖୋଲାଜିପ୍‍ରେ ବସି ଦଳୀୟ ନେତା, କର୍ମକର୍ତ୍ତା ଓ କର୍ମୀଙ୍କ ସହ ବାଇକ୍‍ ଶୋଭାଯାତ୍ରାରେ ପୁବାଶାସନ ପଞ୍ଚାୟତ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ।

prayash

ବିଭିନ୍ନ ସ୍ଥାନରେ ମିଥୁନ ଚକ୍ରବର୍ତ୍ତୀ ଓ ସମ୍ବିତ ପାତ୍ରଙ୍କୁ ସ୍ୱାଗତ କରାଯାଇଥିଲା। ବିଲିପଡା ଗ୍ରାମ୍ୟ ଛକ ନିକଟରେ ଥିବା ଏକ ବିଲରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ଭଲ ଫସଲ ଅମଳ ହେବାର ଶୁଭମନାସୀ ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ପାରମ୍ପରିକ ରୀତିନିତୀରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ବ୍ରାହ୍ମଣ ପୁରୋହିତଙ୍କ ଦ୍ୱାରା ଜମିରେ ପୂଜାର୍ଚ୍ଚନା କରାଯିବା ପରେ କୃଷି ଓ କୃଷକଙ୍କ ଉନ୍ନତି କାମନା କରି ସେ ନିଜେ ବଳଦ ଓ ଲଙ୍ଗଳ ଦ୍ୱାରା ଚାଷଜମିକୁ ହଳ କରିଥିଲେ।

ଏହି ଅବସରରେ ବିଜେପିର ଜିଲା ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମିଥୁନ ଚକ୍ରବର୍ତ୍ତୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ ଓ ସହିଦ ଦେବାଶିଷ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଶ୍ରୀଚକ୍ରବର୍ତ୍ତୀଙ୍କୁ ଉପହାର ସ୍ୱରୁପ ପିପିଲିର ଚାନ୍ଦୁଆ ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା। ପବିତ୍ର ଅକ୍ଷୟ ତୃତୀୟା ପାଳନ ସଂପର୍କରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ପାତ୍ର ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଶଙ୍କର ପରିଡା, ଅଜୟ ପ୍ରଧାନ, ସୁକାନ୍ତ ଭଟ୍ଟ, ଶୁଭାଶିଷ ରଥ, ଅମୀୟ ଦାଶ, ଉମାକାନ୍ତ ନାୟକ, ସୁବୋଧ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.