nua o banner

ସମାଜ ପ୍ରଭାବ, ଜିଲା ଆଇନ ସେବା ପ୍ରାଧିକରଣ ସହଯୋଗରେ ଭବାନିଙ୍କୁ ମିଳିଲା ଭତ୍ତା

BJD Bijuli 480×75 Mob

ଫୁଲବାଣୀ: ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଗୁଡ଼ା ଗ୍ରାମର ମୃତ ସୁରେନ୍ଦ୍ର କହଁଙ୍କ ଭିନ୍ନକ୍ଷମ ଝିଅ ଭବାନୀ କହଁର। ସେ ଶତକଡ଼ା ୬୦ ଭାଗ ଭିନ୍ନକ୍ଷମ ହୋଇଥିବା ନେଇ ପ୍ରମାଣ ପତ୍ର ପାଇ ଥିବା ବେଳେ ତାଙ୍କୁ ସରକାରୀଙ୍କ ତରଫରୁ ମିଳୁଥିବା ଭିନ୍ନକ୍ଷମ ଭତା ଆଜି ପର୍ୟ୍ୟନ୍ତ ମିଳୁନଥିଲା। ପରିବାରରେ ବିଧବା ମାଆଙ୍କ ସହିତ ସାନ ଭାଇ ସହ ମୋଟ ୩ସଦସ୍ୟ। ଭବାନୀ +୨ ପାସ କଲା ପରେ ତାଙ୍କ ଗୋଡ଼ ଝିମଝିମ ଆରମ୍ଭ ହୋଇ ଥିଲା ସେତେବେଳେ ପରିବାର ପକ୍ଷରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।କିନ୍ତୁ ଏହା ବଢ଼ି ବଢ଼ି ଚାଲିଲା ।ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆଉ ଚିକିତ୍ସା କରି ପାରିନଥିଲେ। ଫଳରେ ବର୍ତ୍ତମାନ ଭିନ୍ନକ୍ଷମ ହୋଇ ଘରେ ଅଛନ୍ତି ଭବାନୀ। ସରକାରୀ ସୁବିଧା କହିଲେ ପରିବାର ମୁଣ୍ଡ ପିଛା ୫କିଲୋ ଚାଉଳ ମିଳୁଥିବା ବେଳେ ଶତକଡ଼ା ୬୦ ଭାଗ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ ସୁଦ୍ଧା ଭିନ୍ନକ୍ଷମ ଭତା ମିଳୁ ନାହିଁ।

ତେବେ ଏନେଇ ଖବର ‘ସମାଜ’ରେ ପ୍ରକାଶିତ ହେବା ପରେ ଏଥିରେ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌‌ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଅନୁଶୀଳା ରାୟ ବିଭାଗୀୟ ଅଧିକାରୀ ମାନଙ୍କୁ ଏନେଇ ରିପୋର୍ଟ ମାଗିଥିଲେ। ପରବର୍ତ୍ତି ସମୟରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେଇ ଭବାନୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯିବା ସହିତ ତାଙ୍କ ଭତ୍ତା ଦେବା ମଧ୍ୟ ଆରମ୍ଭ ହୋଇଛି। ଆଗାମି ଦିନରେ ସେ ନିୟମିତ ଭତ୍ତା ପାଇବା ବୋଲି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.