ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଚୌଦ୍ୱାର: ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ଧାର୍ମିକ ଶୋଭାଯାତ୍ରା ଉପରେ ହୋଇଥିବା ନୃସଂସ ଆକ୍ରମଣର ପ୍ରତିବାଦରେ ଚୌଦ୍ୱାର ହିନ୍ଦୁ ସମାଜ ପକ୍ଷରୁ ପୌରକାର୍ଯ୍ୟାଳୟ ସମ୍ମୁଖରେ ସୋମାବାର ଗଣ ଧାରଣା ଦିଆ ଯାଇଥିଲା। ରାଜ୍ୟରେ ଶାନ୍ତି ରକ୍ଷା କରିବା ଓ ହିନ୍ଦୁମାନଙ୍କୁ ସୁରକ୍ଷା ଯୋଗାଇଦେବା ସହିତ ସମ୍ବଲପୁରରେ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ଘଟାଇଥିବା ଓ ହିଂସାରେ ସାମିଲ ଥିବା ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାକାରୀମାନେ ସକାଳ ୯ଟା ଠାରୁ ଦିନ ୧୧ଟା ୩୦ମି ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ନ୍ୟାୟ ନମିଳିଲେ ଅଗାମୀ ଦିନରରେ ଆନ୍ଦୋଳନ ହେବ ବୋଲି ଧାରଣାରେ ନେତୃତ୍ୱ ନେଇଥିବା ଜ୍ଞାନ ରଞ୍ଜନ ସ୍ୱାଇଁ, ମମତା ବେହେରା, ସରୋଜ ପାଇଟଲ, ପ୍ରଶାନ୍ତ ହୋତା, ବୈରାଗୀ ଚରଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ବଡଜେନା, ଧିରଞ୍ଜନ ସିଂଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଚେତାବନୀ ଦେଇଥିଲେ।
Comments are closed.