ଆସନ୍ତା ୧୯ରେ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକାରା ଦେଲା ବଜରଙ୍ଗଦଳ
ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ହିଂସାକାଣ୍ଡ ଘଟଣା
ବୌଦ୍ଧ: ଗତ ୧୨ ତାରିଖ ଦିନ ସମ୍ବଲପୁର ସହରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭଯାତ୍ରା ଉପରକୁ ହିଂସାଂତ୍ମକ ଆକ୍ରମଣ କରାଯାଇଥିଲା । ଏହା ସହ ଗତ ୧୪ ତାରିଖ ଦିନ ହନୁମାନ ମହୋତ୍ସବ ଶୋଭାଯାତ୍ରାରେ ଜଣେ ହିନ୍ଦୁଙ୍କର ହତ୍ୟା ଅତି ନିନ୍ଦନୀୟ। ଏହା ଘଟଣା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିବାରୁ ବୌଦ୍ଧ ଜିଲାର ସମସ୍ତ ବଜରଙ୍ଗ ଦଳର କର୍ମକର୍ତ୍ତା ଏହାକୁ ଦୃଢ ନିନ୍ଦା କରିଛନ୍ତି ।
ଏନେଇ ବୌଦ୍ଧ ଜିଲା ବଜରଙ୍ଗ ଦଳ ପକ୍ଷରୁ ଆସନ୍ତା ୧୯ ତାରିଖରେ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ପାଳନ ହେବ। ବନ୍ଦ ସମୟରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ , ଦୋକାନ ବଜାର, ଯାନବାହାନ ବିଦ୍ୟାଳୟ , କଲେଜ ସଂପୁର୍ଣ୍ଣ ବନ୍ଦ କରାଯିବ। ଏହି ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ସଫଳ କରିବା ସହ ସହଯୋଗ କରିବାକୁ ବୌଦ୍ଧ ଜିଲା ବଜରଙ୍ଗଦଳ ସଂଯୋଜକ ସମ୍ବିତ ପଟନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
Comments are closed.