www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ସହ ଉଦଯାପିତ ହେଲା ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରା

ବୌଦ୍ଧ: ଶ୍ରୀରାମ ନବମୀଠାରୁ ଦୀର୍ଘ ୧୮ଦିନ ଧରି ବୌଦ୍ଧଜିଲାର ସର୍ବପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାମଲୀଳା ନାଟ୍ୟସଂସଦ ପକ୍ଷରୁ ସ୍ଥାନୀୟ ମାରୁତୀମଣ୍ଡପ ଠାରେ ଚାଲିଆସୁଥିବା ବୌଦ୍ଧଗଡଜାତର ଗଣପର୍ବ ରାମଲୀଳା ଯାତ୍ରା ରବିବାର ଦିନ ଉଦଯାପିତ ହୋଇଛି। ମାରୁତି ମଣ୍ଡପଠାରେ ରାମଲୀଳା ଯାତ୍ରାରେ ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀରାମଚନ୍ଦ୍ରଙ୍କ ଲୀଳାକୁ ନାଟକ ମାଧ୍ୟମରେ ରାମଜନ୍ମ ଠାରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା। ସମସ୍ତ ନାଟକ ଗୁଡିକ ରାମଲୀଳା ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା।

ଏହି ଯାତ୍ରାର ବିଶେଷତ୍ୱ ହେଉଛି ଏହାର ପରମ୍ପରା। ଅନୁଷ୍ଠାନର ବ୍ରତୀମାନେ ୧୮ ଦିନ ଧରି ଗୃହତ୍ୟାଗୀ ହେବା ସହିତ ଦିନକୁ ଗୋଟିଏ ଓଳି ଅନ୍ନ ଭକ୍ଷଣ କରିବା ଓ ସମସ୍ତ ସୁଖ ସୁବିଧାକୁ ତ୍ୟାଗ କରି ଭୂମିରେ ଶୋଇବା ସହ ନିଷ୍ଠାର ସହିତ ଯାତ୍ରାରେ ଅଭିନୟ ପ୍ରଦର୍ଶନ କରିଥାନ୍ତି। ୧୮ଦିନ ରାମଲୀଳା ଯାତ୍ରାର ମୁଖ୍ୟ ଆର୍କଷଣ ହେଉଛି ଶ୍ରୀରାମ ରାବଣଙ୍କ ସମର ଶୋଭାଯାତ୍ରା। ଗତ ଶନିବାର ରାତି ତମାମ ଶ୍ରୀରାମ ରାବଣଙ୍କ ସମର ଶୋଭାଯାତ୍ରା ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିବା ପରେ ଜିଲା ଷ୍ଟାଡିୟମ,ବାଘଗୁଡା ଛକ ଓ ଯାତ୍ରାପଡିଆଠାରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ।

- Advertisement -

ଜିଲା ଷ୍ଟାଡିୟମଠାରେ ମୁକ୍ତାକାଶ ରଙ୍ଗମଞ୍ଚରେ ୧୦ ଗୋଟି ରାବଣ ସହିତ ଶ୍ରୀରାମଙ୍କ ବାନର ସେନାର ମୁହାଁମୁହିଁ ଯୁଦ୍ଧ ହୋଇଥିଲା। ଏହି ଅବସରରେ ଆକର୍ଷଣୀୟ ଆତସବାଜୀ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଜିଲାପାଳ ସତ୍ୟରଞ୍ଜନ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଜ୍ୟୋତିରଞ୍ଜନ ବହିଦାର ଓ ଅନୁଷ୍ଠାନର ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀରାମ ଓ ରାବଣଙ୍କ ସମର ଶୋଭାଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଷ୍ଟାଡିୟମଠାରେ ଉପସ୍ଥିତ ଥିଲେ।

ରାତି ତମାମ ସହରର ବିଭିନ୍ନ ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ ସହିତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତିସାରା ଦର୍ଶକମାନେ ଉପଭୋଗ କରିଥିଲେ। ଜିଲା ତଥା ଜିଲା ବାହାରୁ ୫୦ ହଜାରରୁ ଉଦ୍ଧ୍ୱର୍ ଦର୍ଶକ ଏହି ଯାତ୍ରାର ଅନ୍ତିମ ଦିବସରେ ସାମିଲ ହୋଇଥିଲେ। ଶେଷରେ ଯାତ୍ରା ପଡିଆଠାରେ ପରିବେଷଣ ହୋଇଥିଲା ନାଟକ ରାବଣ ବଧ। ବୁଧବାର ପ୍ରତ୍ୟୁଷରେ ୪୦ ଫୁଟ ଉଚ୍ଚର ରାବଣର ପ୍ରତିକୃତି ଶ୍ରୀରାମଙ୍କ ବ୍ରହ୍ମାସ୍ତ୍ରରେ ଖଣ୍ଡ ବିଖଣ୍ଡିତ ହେବାରେ ଚାରିଆଡେ ଜୟଶ୍ରୀରାମ ଧ୍ୱନି ଗୁଞ୍ଜରିତ ହୋଇ ଉଠିଥିଲା। ରାବଣ ବଧ ପରେ ରବିବାର ସନ୍ଧ୍ୟାରେ ପ୍ରଭୁଶ୍ରୀରାମଙ୍କ ରାଜ୍ୟାଭିଷେକ ହୋଇଥିବାବେଳେ ଏଥିପାଇଁ ମଧ୍ୟ ସାରା ସହରର ଉତ୍ସବ ମୁଖର ହୋଇପଡିଥିଲା। ଯାତ୍ରା ପଡିଆଠାରୁ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କୁ ନେଇ ସହରର ପରିକ୍ରମା କରାଯାଇଥିଲା।

ଏହି ଶୋଭାଯାତ୍ରାରେ ବରଗଡ ଜିଲାର ଦୁଲଦୁଲି ସହିତ ଘଣ୍ଟବାଦ୍ୟ ଦଳ ସାମିଲ ହୋଇଥିଲେ। ଶ୍ରୀରାମଲୀଳା ଯାତ୍ରାର ଅଦ୍ଭୁତପୂର୍ବ ସଫଳତା ପାଇଁ ଜିଲାପ୍ରଶାସନ ତଥା ଭକ୍ତମାନଙ୍କ ସହଯୋଗ ପାଇଁ ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, କାର୍ଯ୍ୟକାରୀ ସଭାପତି ଜୟନାରାୟଣ ମହାନ୍ତି, ସଂପାଦକ ମନୋଜ କୁମାର ସାହୁ ଓ ସମସ୍ତ କର୍ମକର୍ତ୍ତା ଜିଲାବାସୀ ଏବଂ ସର୍ବୋପରି ବୌଦ୍ଧର ଲୋକପ୍ରିୟ ଜିଲାପାଳଙ୍କ ଅଦମ୍ୟ ଉତ୍ସାହ ଯୋଗୁଁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories