www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟରେ ଘୂର୍ଣ୍ଣିଝଡ ସହ ବର୍ଷା ସମ୍ଭାବନା, କାଲିଠୁ କମିପାରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଜ୍ଞାନୀ ସନ୍ଦୀପ ଦ୍ବିବେଦୀ ସୂଚନା ଦେଇଛନ୍ତି। ଗତକାଲିଠାରୁ ଆଜିର ତାପମାତ୍ରା ୧ ଡିଗ୍ରୀ କମିଛି। କିଛି ସ୍ଥାନରେ ତାପମାତ୍ରା ୪୦ ଉପରେ ରହିବ। ୧୮, ୧୯ ଓ ୨୦ରେ କିଛି ସ୍ଥାନରେ ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ବର୍ଷା। କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର ଓ ଭଦ୍ରକରେ ମଧ୍ୟ ବର୍ଷା ସମ୍ଭାବନା। ୧୭ରେ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ସନ୍ଦୀପ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ନେଇ ଆକଳ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସାରା ରାଜ୍ୟରେ ଘୂର୍ଣ୍ଣିଝଡ ସହ ବର୍ଷା ନେଇ ପୂର୍ବନୁମାନ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ନେଇ ମଧ୍ୟ ଆକଳନ ହୋଇଛି। ୧୭ ତାରିଖରେ ୨୦ ଜିଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୧୮ ତାରିଖରେ ୧୮ ଜିଲାରେ ବର୍ଷାର ସମ୍ଭାବନା ରହିଛି । ୧୯ ତାରିଖରେ ୧୨ ଜିଲାରେ ବର୍ଷା ପୂର୍ବାନୁମାନ କରାଯାଇଛି। ସେହିଭଳି ୨୦ ତାରିଖରେ ୬ ଜିଲାକୁ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories