ପୁରୀରେ ସମାଜ ପାଠକ ମଞ୍ଚ ବୈଠକ
ପୁରୀ : ପୁରୀ ଗୋପବନ୍ଧୁ ଭବନରେ ରବିବାର ସମାଜ ପାଠକ ମଞ୍ଚ ବୈଠକ ଅନୁଷ୍ଠିତ ହୋଇଛି । ବିଶିଷ୍ଟ ଶିକ୍ଷାବିତ ଡଃ କୈଳାଶ ଚନ୍ଦ୍ର ଟିକାୟତରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମାଜ ଜିଲ୍ଲା ପ୍ରତିନିଧି ତଥା ଆବାହକ ଜଗନ୍ନାଥ ବସ୍ତିଆ କାର୍ଯକ୍ରମ ସଂଯୋଜନା କରିଥିଲେ। ପ୍ରଫେସର ଡାକ୍ତର ଦେବ ପ୍ରସାଦ ଦାଶ, ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଭାସ୍କର ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି, କ୍ରୀଡାବିତ୍ ବିମଳ ପ୍ରସାଦ ମହାନ୍ତି, ସମାଜସେବୀ ଚକ୍ରଧର ମହାପାତ୍ର ଓ ମନୋଜ କୁମାର ରଥ, ଶିକ୍ଷକ ନେତା ବିଶ୍ଵନାଥ ବେହେରା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଏବଂ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ଏଥିରେ ଯୋଗ ଦେଇଥିଲେ। ସମାଜ ପକ୍ଷରୁ ପୁରୀରେ ବିଭିନ୍ନ ସାମାଜିକ କାର୍ଯକ୍ରମ ଏବଂ ଆଲୋଚନାଚକ୍ର ଆୟୋଜନ, ଲୋକଙ୍କ ସମସ୍ୟାକୁ ଖବରରେ ଗୁରୁତ୍ବ ଦେବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି । ଏହାଛଡା ଭକ୍ତ ଓ ସହରବାସୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଆଲୋଚନା କରାଯାଇଛି । ସହର ସମ୍ବାଦଦାତା ସତ୍ୟ ନାରାୟଣ ଦାଶ, ପ୍ରସାରଣ ନିର୍ବାହୀ ନମିତ୍ କୁମାର ଦାଶ ଏବଂ ରବୀନ୍ଦ୍ର କୁମାର ମହାପାତ୍ର ବୈଠକରେ ଉପସ୍ଥିତ ଥିଲେ।
Comments are closed.