ଗଞ୍ଜେଇ ସହ ବଲେରୋ ଜବତ, ୩ ଅଭିଯୁକ୍ତ କୋର୍ଟ ଚାଲାଣ
ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡା ପୁଲିସ ଆଜି ଗଞ୍ଜେଇ ଚାଲାଣ ମାମଲାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଗତକାଲି କୌଣସି ସୁତ୍ରରୁ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ସୂଚନା ପାଇ ଥାନା ସବଇନସ୍ପେକ୍ଟର ଶିଶିର କୁମାର ପ୍ରଧାନଙ୍କୁ ବନ୍ଧସାହି ଛକରେ ଏକ ବଲେରୋ ଗାଡିକୁ ଯାଞ୍ଚ କରିଥିଲେ। ଘଟଣା ସ୍ଥଳରେ ଯାଞ୍ଚ ସମୟରେ ଗାଡିରୁ ୩୦ କେଜି ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଶୁଖମା ଦିଗାଲ, ରାନୁମା ଦିଗାଲ ଏବଂ ଶୋଭାକାନ୍ତ ଦିଗାଲ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅନ୍ୟଜଣେ ଅଭିଯୁକ୍ତ ନିରଞ୍ଜନ ଦିଗାଲ ଫେରାର ହୋଇଯାଇଥିଲେ। ସମସ୍ତ ଅଭିଯୁକ୍ତଙ୍କ ଘର ଫିରିଙ୍ଗିଆ ଥାନା ଡୁମୁରିଗୁଡା ବୋଲି ଜଣାପଡ଼ିଛି।
Comments are closed.