ବୌଦ୍ଧ ରାମଲୀଳାର ନବମ ଦିବସରେ କୁମ୍ଭକର୍ଣ୍ଣ ବଧ

ବୌଦ୍ଧ : ବୌଦ୍ଧର ଗଣପର୍ବ ଶ୍ରୀରାମଲୀଳା ଯାତ୍ରାର ନବମ ଦିବରେ କୁମ୍ଭକର୍ଣ୍ଣ ବଧ ନାଟକ ମଞ୍ଚସ୍ଥ ହୋଇଛି। ଇନ୍ଦ୍ରଜିତ ଦ୍ୱାରା ହୋଇଥିବା ନାଗଫାସ ବନ୍ଧନରୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଗରୁଡ ଉଦ୍ଧାର କରିବା ସମାଚାର ପାଇବାପରେ ରାଗରେ ଜର୍ଜରିତ ରାବଣ ଯୁଦ୍ଧ ପାଇଁ ଭାଇ କୁମ୍ଭକର୍ଣ୍ଣକୁ ନିଦରୁ ଉଠାଇବାକୁ ଆଦେଶ ଦେଇଛି। କୁମ୍ଭକର୍ଣ୍ଣ ପାଇଥିବା ବର ଅନୁଯାୟୀ ସେ ଛଅମାସକୁ ଥରେ ନିଦରୁ ଉଠି ପେଟପୁରା ଭୋଜନ ଖାଇବା ପରେ ପୁଣିଥରେ ନିଦରେ ଶୋଇପଡିଥାଏ।

ତେଣୁ କୁମ୍ଭକର୍ଣ୍ଣକୁ ନିଦରୁ ଉଠାଇ ବାନରସେନାକୁ ତାର ଆହାର ବନାଇବାକୁ ଯୋଜନା କରି ରାବଣ ତାକୁ ନିଦରୁ ଉଠାଇବାକୁ ଆଦେଶ ଦେଇଛି। କୁମ୍ଭକର୍ଣ୍ଣର ବିଶାଳ ଶରୀର ଯୋଗୁଁ ତାକୁ ନିଦରୁ ଉଠାଇବା କଷ୍ଟକର ହୋଇଥିବାବେଳେ ବହୁ ସଂଖ୍ୟାରେ ସୈନ୍ୟ ହାତରେ ଢୋଲ,ବାଦ୍ୟ,ତୁରୀ ସହିତ ପ୍ରଚୁରମାତ୍ରାରେ ଭୋଜନ ସାମଗ୍ରୀ ଧରି କୁମ୍ଭକର୍ଣ୍ଣର ନିଦ୍ରା ଭଙ୍ଗ କରି ଉଦ୍ୟମ କରି ଶେଷରେ ସଫଳ ହୋଇଛନ୍ତି ।

prayash

କୁମ୍ଭକର୍ଣ୍ଣ ଅଧା ନିଦରୁ ଉଠାଇଥିବା ଯୋଗୁଁ କ୍ରୋଧ ପ୍ରକାଶ କରିବା ସହିତ ତାହାର କାରଣ ସଂପର୍କରେ ପଚାରିଛି। ଭାଇ ରାବଣର ଆଦେଶ ଯୋଗୁଁ ତାକୁ ଉଠାଯାଇଥିବା ଏବଂ ତୁରନ୍ତ ମହାରାଜ ରାବଣ ନିକଟରେ ପହଞ୍ଚିବାକୁ କୁମ୍ଭକର୍ଣ୍ଣକୁ ବାର୍ତା ପ୍ରଦାନ କରାଯାଇଛି। କୁମ୍ଭକର୍ଣ୍ଣ ପ୍ରଥମେ ପେଟଭରି ଭୋଜନ କରିବା ସହିତ ରାବଣ ନିକଟରେ ପହଞ୍ଚି ଅଧା ନିଦରୁ ଉଠାଇବାର କାରଣ ସଂପର୍କରେ ପଚାରିଛି। ଲଙ୍କାଗଡ ଉପରକୁ ମାଡି ଆସିଥିବା ବିପଦ ସଂପର୍କରେ ରାବଣ ଜଣାଇବା ସହିତ ଯୁଦ୍ଧକୁ ଯାଇ ବାନର ସେନାକୁ ଆହାର ବନାଇବାକୁ କୁମ୍ଭକର୍ଣ୍ଣକୁ ଆଦେଶ ଦେଇଛି।

ଭାଇର ଆଦେଶ ପାଇ କୁମ୍ଭକର୍ଣ୍ଣ ଯୁଦ୍ଧ କ୍ଷେତ୍ରକୁ ଆସି ନିଜର ବିଶାଳକାୟ ଶରୀର ସହାୟତାରେ ଶ୍ରୀରାମଙ୍କ ବାନରସେନାମାନଙ୍କୁ ମାଡିଦଳି ବହୁତ କ୍ଷତି ପହଞ୍ଚାଇଛି। ଶେଷରେ ଶ୍ରୀରାମଙ୍କ ହାତରେ କୁମ୍ଭକର୍ଣ୍ଣର ମୃତ୍ୟୁ ହୋଇଛି। ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ନାଟକକୁ ଭବାନୀ ଶଙ୍କର ମହାପାତ୍ର ନିର୍ଦ୍ଦେଶନା ଦେଇଥିବାବେଳେ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି। ନାଟକରେ ଶ୍ରୀରାମ ଭୂମିକାରେ ଶିରିଶ ବେହେରା,ସୀତା ବିଶ୍ୱାମିତ୍ର ସାହୁ,ଲକ୍ଷ୍ମଣ ଦନାର୍ଦ୍ଦନ ମିଶ୍ର,ହନୁମାନ ଶାନ୍ତନୁ ବେହେରା,ସୁଗ୍ରୀବ ଦିବାକର ଜେନା, ଅଙ୍ଗଦ ଭୂମିକାରେ ସତ୍ୟଜିତ ମିଶ୍ର, ବିଭୀଷଣ ପ୍ରମୋଦ ପ୍ରଧାନ,ରାବଣ ସୁଦାମ ବେରିହା,ମନ୍ଦୋଦରୀ ଜଗଦୀଶ ବାରିକ୍,କାଳନେମୀ ଚକ୍ରଧର ସାହୁ ଓ କୁମ୍ଭକର୍ଣ୍ଣ ଭୂମିକାରେ ଅଭିଜ୍ଞ କଳାକାର ସୁଦୀପ୍ତ କୁମାର ଦେଓ ପ୍ରମୁଖ ଉଚ୍ଚକୋଟିର ଅଭିନୟ କରିଥିଲେ।

kalyan agarbati

Comments are closed.