ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମୁଖ୍ୟଅତିଥିଙ୍କଠାରେ ଚିହ୍ନଟ ହେଲା ମୋତିଆବିନ୍ଦୁ

କେନ୍ଦୁଝରଗଡ଼: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ପରିପ୍ରେକ୍ଷୀରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ହିମା ହସ୍ପିଟାଲ ଓ ରୋଟାରୀ କ୍ଲବ କେନ୍ଦୁଝର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ହିମା ହସ୍ପିଟାଲ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ଏହି ଶିବିର ପ୍ରାରମ୍ଭରେ ପଦ୍ମଶ୍ରୀ ଶ୍ରୀ କୁଅଁରଙ୍କ ଚକ୍ଷୁ ପରୀକ୍ଷା ସମୟରେ ତାଙ୍କର ଚକ୍ଷୁରେ ମୋତିଆବିନ୍ଦୁ ଥିବା ଜଣା ପଡିଥିବା ବେଳେ ହିମା ହସ୍ପିଟାଲ ପକ୍ଷରୁ ତାଙ୍କର ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି।

prayash

ଡାକ୍ତର ରଶ୍ମୀରଞ୍ଜନ ଭଞ୍ଜ, ଡାକ୍ତର ମମତାରାଣୀ ଜେନା, ଡାକ୍ତର ଶ୍ରୀକାନ୍ତ ସୋରେନ, ଡାକ୍ତର ଅନୀଲ ପଣ୍ଡା, ଡାକ୍ତର ପ୍ରଭାତ କୁସୁମ ମହାପାତ୍ର, ଡାକ୍ତର ଦେବାଶିଷ ଭଟ୍ଟାଚାର୍ଯ୍ୟ, ଡାକ୍ତର ଅଲିଭା ଦାସ ପ୍ରମୁଖ ଏହି ଶିବିରରେ ଯୋଗଦେଇ କଲ୍‍ପୋସ୍କୋପି, ବିଏମ୍‍ଡି ପରୀକ୍ଷା, ହିମୋଗ୍ଳୋବିନ, ରକ୍ତଶର୍କରା ଓ ଚକ୍ଷୁ ପରୀକ୍ଷା କରିବା ସହ ୨୦୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା।

ରୋଟାରୀ କ୍ଲବ କେନ୍ଦୁଝରର ସଭାପତି ରୋଟାରିଆନ ପ୍ରଣତୀ ମହାପାତ୍ର, ରୋଟାରିଆନ ସଞ୍ଜୟ ମହାପାତ୍ର, ଅମୀୟ ବେହେରା, ଡାକ୍ତର ସଞ୍ଜୀବ କୁମାର ଓତା, ସବିତା ବେହେରା, ଅଶ୍ୱିନୀ ପଟ୍ଟନାୟକ, ବିଜୟ ବେହେରା, ହରିହର ସାହୁ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ହିମା ହସ୍ପିଟାଲ କର୍ମଚାରୀ ଗଣ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ହସ୍ପିଟାଲ ମ୍ୟାନେଜର ଦେବାଶିଷ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

kalyan agarbati

Comments are closed.