ଓଡିଶା ସ୍କିଲ କନ୍‌କ୍ଲେଭ ୨୦୨୩ ପାଇଁ ଭୂମିପୂଜନ, କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ତଦାରଖ କଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ଆମ ଦେଶର ଯୁବକମାନଙ୍କୁ ଉତ୍କର୍ଷ ଏବଂ ସ୍ଥାୟୀ ଦକ୍ଷତା ବିକାଶ ଦିଗରେ ମାର୍ଗଦର୍ଶନ କରିବା ନିମନ୍ତେ ରାଜ୍ୟ ସରକାର ଚଳିତ ଏପ୍ରିଲ ୨୦ ତାରିଖରୁ ସ୍କିଲ ଇନ ଓଡିଶା କନକ୍ଲେଭ ୨୦୨୩ ଆୟୋଜନ କରୁଛନ୍ତି। ଯୁବପିଢିଙ୍କ ଆତ୍ମବିଶ୍ୱାସକୁ ଉତ୍ସାହିତ କରିବା ସହ ସେମାନଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରାଇବା ଏହି କନ୍‌କ୍ଲେଭର ଉଦ୍ଦେଶ୍ୟ। ରାଜ୍ୟରୁ ଜାତୀୟ ତଥା ଅନ୍ତର୍ଜାତୀୟ ନିଯୁକ୍ତିଦାତା ପର୍ଯ୍ୟନ୍ତ ଯୁବପିଢିଙ୍କ ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଓଡିଶା ସରକାରଙ୍କ ପଦକ୍ଷେପ ଯାହାକି ସେମାନଙ୍କ ଜୀବିକାନିର୍ବାହ କରିବାରେ ସାହାଯ୍ୟ କରିବ ଏବଂ ବୃହତ ଆଗ୍ରହ ପାଇଁ ପରିବର୍ତ୍ତନ ଆଣିବ।

ଏଥି ନିମନ୍ତେ ଆଜି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ ପରିସରରେ ଆନୁଷ୍ଠାନିକ ଭାବେ ଭୂମିପୂଜା କରାଯାଇ ସମ୍ମିଳନୀ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କନ୍‌କ୍ଲେଭ ସ୍ଥଳ ପରିଦର୍ଶନ ପୂର୍ବକ ଲେଆଉଟ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ତିନିଦିନ ବ୍ୟାପି ଏହି ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଗତ ଏପ୍ରିଲ ୬ ତାରିଖରେ ଦିଲ୍ଲୀଠାରେ ଏକ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ଆସନ୍ତା ଏପ୍ରିଲ ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

prayash

ଏହି ସମ୍ମିଳନୀରେ ପ୍ରମୁଖ ଶିଳ୍ପ ସଂସ୍ଥା, ଆଇ.ଆଇ.ଟି, ଡିପ୍ଲୋମା, ପଲିଟେକନିକ୍‌ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ ଓ ଯୁବକ ସମେତ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସର୍ବୋପରି ସୂଦୂର ସିଙ୍ଗାପୁରରୁ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ପ୍ରଶିକ୍ଷକମାନେ ଏହି କନ୍‌କ୍ଲେଭରେ ଯୋଗଦେଇ ଭାବର ଆଦାନ ପ୍ରଦାନ ସହ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ୫ଟି ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଭାଗ ସୂତ୍ରରୁ ଜଣାପଡିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଡିଟିଇଟି, ଏଫଆଇସିସିଆଇ ଓ ଡବ୍ଲ୍ୟୁଏସସିର ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ।

kalyan agarbati

Comments are closed.