www.samajalive.in
Sunday, December 7, 2025
26.1 C
Bhubaneswar

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପିପିଲି: ରୋଟାରୀ କ୍ଲବ ଅଫ୍‌‌ ଭୁବନେଶ୍ୱର ମିଡୋସ ପକ୍ଷରୁ ସ୍ଥାନୀୟ ଡାକ୍ତରଖାନା ଛକସ୍ଥିତ ଲାବିକ୍ସ୍‌‌ ଲ୍ୟାବଠାରେ ଶୁକ୍ରବାର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଜେନାମଣୀ ଆଶିଷ ରଞ୍ଜନ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଅନୁଷ୍ଠାନର ସଭାପତି ସାନ୍ତନୁ ମହାପାତ୍ର, ସଦସ୍ୟ ସରୋଜ କୁମାର ରାଜ, ସ୍ଥାନୀୟ ଇନଫୋର୍ସ ଏକାଡେମୀର ନିର୍ଦ୍ଦେଶକ ସରୋଜ ସ୍ୱାଇଁ, କୋଚ୍‌‌ ଜ୍ୟୋତିପ୍ରକାଶ ସାହୁ, ସମାଜସେବୀ ସୁଦେଷ୍ଣା ମିଶ୍ର ପ୍ରମୁଖ ଉଦ୍‌‌ଘାଟନ କରିଥିଲେ। ଏଥିରେ ଯକୃତ, ବୃକକ, ହୃତ୍‌‌ପିଣ୍ଡ, ମଧୁମେହ ଆଦି ରୋଗର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ, ଯୁୁବତୀ, ବୟସ୍କ ବ୍ୟକ୍ତିମାନେ ଏହି ଶିବିରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଲାବିକ୍ସ୍‌‌ ଲ୍ୟାବର ଫାଉଣ୍ଡର ସତ୍ୟପ୍ରକାଶ ମହାପାତ୍ର ଏହି ଶିବିରକୁ ପରିଚାଳନା କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories