ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଦ୍ବାରା ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ତ୍ରିଲୋଚନପୁର ସମିତିସଭ୍ୟା ସୁଦଶା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ସେହିପରି ବିଶିଷ୍ଟ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ସିଏସ୍ଆର୍, ବାହ୍ୟ ସଂପର୍କ ବିଭାଗ ଓ ଜନ ସଂପର୍କ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ପୁନରୁତ୍ଥାନର ଅଧ୍ୟକ୍ଷ କମଳାକାନ୍ତ ବାରିକ, ସିଏସ୍ଆର୍ ବିଭାଗ ଉପମୁଖ୍ୟ ଦିଲିପ ପ୍ରଜାପତି, ବଣ୍ଟିରାଣୀ ପାଟଗିରି, ବାସୁଦେବ ମାଝୀ, ଶ୍ରୀମୁଖ ଅଗସ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ୱାଇ.ଏମ୍ ନାଇଡୁ, ମେଡିସିନ୍ ବିଶେଷଜ୍ଞ ଡା. ବୁଦ୍ଧଦେବ ଗମାଙ୍ଗୋ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ରୁଦ୍ର କୁମାର କର, ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ଡା. ଚାରୁବାଳା ସାହୁ, ଶିଶୁରୋଗ ବିଶେଷଜ୍ଞ ଡା. ମନୋରଞ୍ଜନ ରାଉତ, ନାସା, କର୍ଣ୍ଣ ଓ ଗଳା ରୋଗ ବିଶେଷଜ୍ଞ ଡା. ମାନସରଞ୍ଜନ ବିଶ୍ବାଳ, ହୋମିଓପାଥି ବିଶେଷଜ୍ଞ ଡା. ପ୍ରତ୍ୟୁଷ କୁମାର ମିଶ୍ର, ଫିଜିଓଥେରାପି ବିଶେଷଜ୍ଞ ଡା. ଦେବାଶିଷ ସାହୁ ପ୍ରମୁଖ ୭୫୦ରୁ ଉର୍ଦ୍ଧ୍ବ ରୋଗୀ ଓ ଜନସାଧାରଣଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇଦେଇଥିଲେ । ବେଦାନ୍ତ ଲିମିଟେଡ୍ ଜନ ସଂପର୍କ ବିଭାଗର ଋଷଭ ଗର୍ଗ, ବାହ୍ୟ ସଂପର୍କ ବିଭାଗର ଓଁକାର ଆଚାର୍ୟ୍ୟ, ବେଦାନ୍ତ ହସ୍ପିଟାଲର ଡା. ପ୍ରଶାନ୍ତ ପରମାଣିକ, ଅଶୋକ ଖୋରା, ମହେନ୍ଦ୍ର ହିଆଲ, ପିତାମ୍ବର ଧୀଣ୍ଡା, ରଞ୍ଜନ ସା ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Comments are closed.