www.samajalive.in
Monday, December 15, 2025
14.1 C
Bhubaneswar

ବୌଦ୍ଧ ରାମଲୀଳା ଅଷ୍ଟମ ଦିବସ, ସୀତାଙ୍କୁ ଉଦ୍ଧାର ପାଇଁ ସେତୁବନ୍ଧ ପ୍ରତିଷ୍ଠା

ବୌଦ୍ଧ: ପ୍ରବଳ ଜନସମାଗମ ମଧ୍ୟରେ ମହାସମାରୋହରେ ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ଅଷ୍ଟମ ଦିବସରେ ପହଞ୍ଚିଛି। ହନୁମାନଙ୍କ ଦ୍ୱାରା ଲଙ୍କାଦହନ ପରେ ସୀତାଙ୍କ ନିକଟରୁ ବାର୍ତା ଓ ସନ୍ତକ ନେଇ ହନୁମାନ ଫେରିଆସି ଶ୍ରୀରାମଙ୍କୁ ସୀତାଙ୍କ ସୂଚନା ପ୍ରଦାନ କରିଛନ୍ତି। ସୀତାଙ୍କ ସଂପର୍କରେ ସୂଚନା ମିଳିବା ପରେ ଶ୍ରୀରାମ,ଲକ୍ଷ୍ମଣ ଓ ସୁଗ୍ରୀବ ଅନ୍ୟାନ୍ୟ ବାନର ବୀରମାନଙ୍କ ସହିତ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ରାବଣର ବିଶାଳ ସେନା ସହିତ ଯୁଦ୍ଧ କରିବା ପାଇଁ ବାନର ସେନାଙ୍କୁ କିପରି ସମୁଦ୍ର ପାର କରାଯିବ ସେଥିପାଇଁ ସୁମୁଦ୍ର ଉପରେ ସେତୁ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସେତୁ ନିର୍ମାଣ ସରିବା ପରେ ତାହାକୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଣ୍ଡର ମହାଜ୍ଞାନୀ ଭାବରେ ବିଶ୍ରବା ନନ୍ଦନ ରାବଣକୁ ଶ୍ରୀରାମଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ସୀତାଙ୍କୁ ସାଙ୍ଗରେ ନେଇ ରାବଣ ସେତୁବନ୍ଧ ପ୍ରତିଷ୍ଠା ପାଇଁ ପହଞ୍ଚିବା ପରେ ସେଠାରେ ଶିବଲିଙ୍ଗ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ପରେ ପରେ ସେତୁ ପ୍ରତିଷ୍ଠା କରାଯାଇଛି। ବ୍ରାହ୍ମଣର ଦକ୍ଷିଣା ସ୍ୱରୂପ ରାବଣ ଏକାନ୍ତରେ ଶ୍ରୀରାମଙ୍କ ନିକଟରେ ନିଜର ମୁକ୍ତି ପାଇଁ ନିବଦେନ କରିଛି ଏବଂ ସୀତାଙ୍କୁ ଫେରାଇ ନେବାକୁ ନିବଦେନ କରିଛି। କିନ୍ତୁ ଶ୍ରୀରାମ ତାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସଂସାରର ଜଣେ ଶ୍ରେଷ୍ଠ ପଣ୍ଡିତ ଭାବରେ ସେତୁବନ୍ଧ ପ୍ରତିଷ୍ଠା କରି ରାବଣ ତାର କର୍ତ୍ତବ୍ୟ ପାଳନ କରିଥିବାବେଳେ ସେ ଯୁଦ୍ଧରେ ପରାସ୍ତ କରି ସୀତାଙ୍କୁ ଗ୍ରହଣ କରିବେ ବୋଲି ରାବଣକୁ ଜଣାଇଛନ୍ତି। ସୀତାଙ୍କୁ ନେଇ ରାବଣ ପୁଣିଥରେ ଲଙ୍କା ନଗରିକୁ ଫେରିଯାଇଛି। ପୌରାଣିକ କଥାବସ୍ତୁକୁ ନେଇ ଶ୍ରୀରାମଲୀଳା ଯାତ୍ରାରେ କିସ୍କିନ୍ଧା କାଣ୍ଡର ସମାପ୍ତି ହୋଇଥିବାବେଳେ ଆସନ୍ତାକାଲିଠାରୁ ଲଙ୍କାକାଣ୍ଡ ସହ ବାନର ସେନା ଓ ରାକ୍ଷାସ ସେନା ମଧ୍ୟରେ ଘୋର ଯୁଦ୍ଧ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଶ୍ରୀରାମ ଭୂମିକାରେ ଶିରିଶ ବେହେରା, ସୀତା ବିଶ୍ୱାମିତ୍ର ସାହୁ, ଲକ୍ଷ୍ମଣ ଦନାର୍ଦ୍ଦନ ମିଶ୍ର, ହନୁମାନ ଶାନ୍ତନୁ ବେହେରା, ସୁଗ୍ରୀବ ଦିବାକର ଜେନା, ଅଙ୍ଗଦ ଭୂମିକାରେ ଅମ୍ରିତ ପାତ୍ର, ବିଭୀଷଣ ପ୍ରମୋଦ ପ୍ରଧାନ ଓ ରାବଣ ସୁଦାମ ବେରିହା ପ୍ରମୁଖ ଉଚ୍ଚକୋଟିର ଅଭିନୟ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories