ବୌଦ୍ଧ: ବୌଦ୍ଧ ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ହନୁମାନ ଜନ୍ମ ଉତ୍ସବ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ଼ ବୌଦ୍ଧ ତରଫରୁ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ଆଠଟାରୁ କଳସ ଶୋଭାଯାତ୍ରା, ଦିନ ଦଶଟା ବେଳେ ସମୁହ ୧୦୮ ହନୁମାନ ଚାଳିଶା ପାଠ, ଅପରାହ୍ନ ପାଞ୍ଚ ଘଣ୍ଟା ସମୟରେ ଘୃତ ଯଜ୍ଞ, ସନ୍ଧ୍ୟା ସାତ ଟାରେ ଶ୍ରୀମାନ ଆଦିତ୍ୟ ଦାସ ବ୍ରହ୍ମଚାରୀ ଓ ସାଥିଙ୍କ ଦ୍ଵାରା ହନୁମାନ କଥା ପ୍ରବଚନ ପରେ ବିଳମ୍ୱ ରାତ୍ରୀ ପର୍ୟ୍ୟନ୍ତ ଅନ୍ନ ଯଜ୍ଞ ଆହୋଜନ କରାଯାଇଥିଲା। ଏଥିରେ ପୂଜକ ଭାବେ ବିଭୂପ୍ରସାଦ ପାଢ଼ୀ, ଗରୀବ ମିଶ୍ର, ମାନସ କୁମାର ମିଶ୍ର ତୁଲାଇଥିବା ବେଳେ କର୍ତ୍ତା ଭାବେ ଶ୍ୟାମ ସୁନ୍ଦର୍ ଅଗ୍ରୱାଲ ଓ ରାଧେଶ୍ୱାମ୍ ସାହୁ ତୁଲାଇଥିବା ବେଳେ ଏହି କାର୍ୟ୍ୟକ୍ରମକୁ ସୁଚାରୁ ଭାବେ ଆୟୋଜନ ନିମନ୍ତେ ଶଙ୍କର ସାହୁ, ରାଜକୁମାର ସାହୁ, ମାନଭଞ୍ଜନ ମାହାଣା, ସୋରଜ କୁମାର ସାହୁ, ଗଜେନ୍ଦ୍ର କୁମାର ସାହୁ, କୃତ୍ତିବାସ ପଲିଆ ପ୍ରମୁଖ ସହଯୋଗ କରିଥିଲେ।
Popular Categories



