www.samajalive.in
Sunday, December 14, 2025
19.1 C
Bhubaneswar

ମାହେଶ୍ଵରୀ ଗୋଶାଳାର ଭିତ୍ତପ୍ରସ୍ତର ସ୍ଥାପନ

ବୌଦ୍ଧ: ହରଭଙ୍ଗା ବ୍ଲକ ମଥୁରା ପଂଚାୟତର ଦନ୍ତାପାଲି ଗ୍ରାମରେ ଆଜି ମାହେଶ୍ୱରୀ ଗୋଶାଳା ପ୍ରାଙ୍ଗଣରେ ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ଏକ ନୂତନ କେନ୍ଦ୍ରର ଭିତ୍ତପ୍ରସ୍ତର ସ୍ଥାପନ ହୋଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ପ୍ରାଣୀପାଳନ ବିଭାଗର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଦୀପ୍ତ କୁମାର ରଥ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା.ନିରୋଦ ଚନ୍ଦ୍ର କହଁର ଓ ଡା.ପ୍ରଭାସ କୁମାର ବେହେରା ଏବଂ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଏବଂ ପ୍ରାଣୀପାଳନ ବିଭାଗର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ହରଭଙ୍ଗା ବି.ଡି.ଓ ଶ୍ରୀମତୀ ସ୍ଵପ୍ନିତା ନାୟକ ଓ ସ୍ଥାନୀୟ ସରପଞ୍ଚ ଏବଂ ଏହି ଗୋଶାଳାର ମୁଖ୍ୟ କାର୍ୟ୍ୟକର୍ତ୍ତା କୃତିବାସ ପଲିଆ ଓ ନିର୍ଗୁଣ ମହାକୁଡ଼ ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ହରଭଙ୍ଗା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପ୍ରତିଭା ପାଢ଼ୀ,ପୁରୁଣାକଟକ ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ଡ଼ା ମିଲିନ୍ ରାଉତ,କେଲାକଟା ପ୍ରାଣୀଧନ ନିରୀକ୍ଷକ ଅଶୋକ ଶତପଥୀ ଓ ସରସରା ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପାତ୍ର ଏବଂ ମୈତ୍ରୀ ଅମରେଶ୍ୱର ମହାକୁଡ଼ ଓ ସୁନିଲ ବଘାର ଉପସ୍ଥିତ ରହି ଏହି ପ୍ରମୁଖ କାର୍ୟ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories