www.samajalive.in
Monday, December 15, 2025
16.1 C
Bhubaneswar

କୁଲାରୀକୁଦଠାରେ ଇକୋ ପର୍ଯ୍ୟଟନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବୌଦ୍ଧ: ବୌଦ୍ଧ ଜିଲାରେ ପର୍ଯ୍ୟଟନର ଭିତିଭୂମି ଦ୍ରୁତ ଗତିରେ ବିକଶିତ ହେବାରେ ଲାଗିଛି। ମର୍ଜାକୁଦକୁ ସେତୁ ନିର୍ମାଣ ପରେ ଏହାର ବିକାଶ ନେଇ ବୌଦ୍ଧବାସୀଙ୍କ ଆଖିଏ ସ୍ୱପ୍ନ ରହିଥିବା ବେଳେ ପ୍ରସ୍ତାବିତ କୁଲାରୀକୁଦ ଇକୋ ପର୍ଯ୍ୟନଟ ଏଥିରେ ନୂଆ ଆଶା ସଂଚାର କରିଛନ୍ତି। ଗୁରୁବାର ଦିନ କୁଲାରୀକୁଦଠାରେ ଇକୋ ପର୍ଯ୍ୟଟନର ବିକାଶ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲାପାଳ ସତ୍ୟରଞ୍ଜନ ସାହୁ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ,ବୌଦ୍ଧ ପୁର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ପ୍ରମୁଖ ଯୋଗଦେଇଥିଲେ। କିଛିଦିନ ତଳେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର କୁଲାରୀକୁଦ ପରିଦର୍ଶନ କରିବାପରେ ସେଠାରେ ଇକୋ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ନେଇ ମନ୍ତ୍ରୀ ଶ୍ରୀଅମାତ ଓ ଜିଲାପାଳ ସତ୍ୟରଂଜନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ଶ୍ରୀସାହୁ କୁଲାରୀକୁଦ ପରିଦର୍ଶନ କରିବା ସହିତ ମନ୍ତ୍ରୀ ଶ୍ରୀଅମାତଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଓ ଏନଏସି ଅଧ୍ୟକ୍ଷ ଶ୍ରୀ ମିଶ୍ର କୁଲାରୀକୁଦରେ ପହଞ୍ଚି ସେଠାରେ ରହିଥିବା ଭିତିଭୂମି ଅନୁଧ୍ୟାନ କରିଥିଲେ। ପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୁଲାରୀକୁଦ ପରିଦର୍ଶନ କରିବା ସହିତ ଏଠାରେ ଇକୋ ପର୍ଯଟନର ସୁଯୋଗ ରହିଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ। ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ କୁଲାରୀକୁଦରେ ଇକୋ ପର୍ଯ୍ୟଟନ ବିକାଶ ପାଇଁ ପ୍ରାରମ୍ଭିକ ଭାବରେ ୧କୋଟି ୪୭ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇଦିଆଯାଇଥିବାବେଳେ ଜିଲା ପୁର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଓ ଜଳସଂପଦ ବିଭାଗ ପକ୍ଷରୁ ନଦୀକୂଳର ସୁରକ୍ଷା ପାଇଁ ପଥର ପେଚିଂ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଇଛି। କୁଲାରୀ କୁଦର ବିକାଶ ହେଲେ ଏହା ଜିଲାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ରହିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories