www.samajalive.in
Monday, December 15, 2025
27.1 C
Bhubaneswar

ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ଅଧିବେଶନ

ଆଠଗଡ଼: ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ୧୦୨ତମ ସାଧାରଣ ଅଧିବେଶନ ଗତ ରବିବାର ଓ ସୋମବାର ୨ଦିନ ଧରି ଆଠଗଡ଼ ବ୍ଲକର ବେଣ୍ଟପଦା ଗ୍ରାମସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ, ଡମପଡ଼ା, ସରଣ୍ଡା, ସାତଗଡ଼, ତିଗିରିଆ, ବଡମ୍ବା(କ) ଓ (ଖ), ଢେଙ୍କାନାଳ ଛଦେଶ (କ), (ଖ) ଓ (ଗ)କୁ ନେଇ ଗଠିତ ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ସଭାପତି ଅକାରଣ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତୈଳିକ ବୈଶ୍ୟ ସମାଜର ଜାତି ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ସେମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବିଶେଷକରି ଛାତ୍ରବୃତ୍ତି ପ୍ରଦାନ ଓ ବିଭିନ୍ନ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବିଭିନ୍ନ ପୁରସ୍କାର ରାଶି ପ୍ରଦାନ କରିବା ସହ ଅସହାୟ ଲୋକଙ୍କୁ ୪ଟି ସାଇକେଲ, ମହିଳାଙ୍କୁ ୩ଟି ସିଲାଇ ମେସିନ ଓ ଶାଢୀ ଏବଂ ଗରିବ ମେଧାବୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ୨୦୨୪ବର୍ଷ ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତକ୍ରମେ ମନୋନୀତ କରାଯାଇଥିଲା। ସଭାପତି ଭାବେ ମାଗୁଣି ଚରଣ ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ସାଧାରଣ ଅଧିବେଶନ ଢେଙ୍କାନାଳ ଛଦେଶ (କ) ଅନ୍ତର୍ଗତ ଅଉଖମା ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ସେମାନେ ସୁଜା ଗ୍ରହଣ କଲେ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories