କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ପ୍ରସଙ୍ଗ; ଟ୍ରକ ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବୁ

କେନ୍ଦୁଝରଗଡ଼: ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୯ ଅଗଷ୍ଟ ୨୦୨୨ରୁ ଆଜକୁ ୯ମାସ ଧରି ଶେଷ ହୋଇ ଯାଇଥିଲେ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉନଥିବାରୁ ସଂଘରେ ଆପାତକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ତୁରନ୍ତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଂଘ ଉପଦେଷ୍ଟାମଣ୍ଡଳୀ ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି। ଚିଠି ଳେଖିବା ଦିନକ ପରେ ସଂଘର ପୂର୍ବତନ କର୍ମକର୍ତ୍ତାଙ୍କ ପକ୍ଷରୁ କାଳୀତୀର୍ଥ ଠାରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ୬ହଜାରରୁ ଊର୍ଦ୍ଧ୍ବ ଟ୍ରକ ମାଲିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଘର ସାଧାରଣ ସଦସ୍ୟ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପୂର୍ବତନ ସଭାପତି ରାମଚନ୍ଦ୍ର ଭୂୟାଁ କହିଛନ୍ତି। ବର୍ତ୍ତମାନ ସଂଘ ଅଗଣତାନ୍ତ୍ରୀକ ଭାବେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଜୋରଯାର ମୂଲକ ନ୍ୟାୟ ନୀତିରେ ଦାୟିତ୍ୱ ସମ୍ପାଦନ କରିବା ସଂଘରେ ଅଚଳାବସ୍ଥା ସୃଷ୍ଟି କରିଛି ବୋଲି ଶ୍ରୀ ଭୂୟାଁ ଅଭିଯୋଗ କରିଛନ୍ତି। ସେହିଭଳି ସଂଘର ବ୍ୟାଙ୍କ ଖାତାକୁ ପୁଲିସ ପ୍ରଶାସନ ପକ୍ଷରୁ ଜବତ କରାଯାଇଥିବା ବେଳେ ସଂଘ ପକ୍ଷରୁ ଆଦାୟ ଅର୍ଥର ଦାଖଲ ଓ ସଠିକ୍‌‌ ହିସାବ ରହୁନଥିବାରୁ ନିର୍ବାଚନକୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଦ୍ଦିଷ୍ଟ କେତେଜଣ କର୍ମକର୍ତ୍ତା ନିର୍ବାଚନ ଏଡାଇଯିବାକୁ ଉଦ୍ୟମ କରୁଥିବା ସଂଘର ପୂର୍ବତନ ସମ୍ପାଦକ ପ୍ରଦୀପ କୁମାର ବାରିକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଏଥିସହ ନିର୍ବାଚନ ପାଇଁ ଉପଦେଷ୍ଟାମଣ୍ଡଳୀଙ୍କୁ ସଂଘ କର୍ମକର୍ତ୍ତା ସଦସ୍ୟ ତାଲିକା ପ୍ରଦାନ କରୁନଥିବା ବେଳେ ଗତକାଲି ସୁଦ୍ଧା ସଂଘ ପକ୍ଷରୁ ସଦସ୍ୟତା ଗ୍ରହଣ କରାଯିବା ପଛରେ କାହାର ସ୍ୱାର୍ଥ ରହିଛି ସେ ନେଇ ଶ୍ରୀ ବାରିକ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର ରାଉତ, ପୂର୍ବତନ କୋଷାଧ୍ୟକ୍ଷ ପ୍ରଭାତ ରାଉତ ଓ ଅନୁପ କୁମାର ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସଂଘ ସଦସ୍ୟ ତାଲିକା ଉପଦେଷ୍ଟାମଣ୍ଡଳୀଙ୍କୁ ତୁରନ୍ତ ହସ୍ତାନ୍ତର କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାନଗଲେ ଏହା ବିରୋଧରେ ସଂଘ ସଦସ୍ୟଙ୍କ ପକ୍ଷରୁ ସଂଘ କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ କରିବା ସହ ବ୍ୟାପକ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Comments are closed.