www.samajalive.in
Friday, December 12, 2025
26.1 C
Bhubaneswar

ସେଓ ଜିଲାପି

ଆବଶ୍ୟକ ସାମଗ୍ରୀ:

ସେଓ- ୧ଟି

- Advertisement -

ମଇଦା- ୪ରୁ ୫ ଚାମଚ

ସୁଜି- ୨ଚାମଚ

ଗୁଜୁରାତି ଗୁଣ୍ଡ- ଅଧ ଚାମଚ

ପାଣି- ଆବଶ୍ୟକ ଅନୁଯାୟୀ

ଚିନି- ୧ କପ୍

ସଜାଇବା ପାଇଁ ସାମଗ୍ରୀ:

ନଡିଆ କୋରା

ପେସ୍ତା

ଚେରି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସେଓକୁ ଭଲ ଭାବେ ଧୋଇ ଦିଅନ୍ତୁ। ତାପରେ ସେଓକୁ ଗୋଲ ଆକାରର ସରୁ ସରୁ କରି କାଟି ଏକ ପାତ୍ରରେ ରଖି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା ନିଅନ୍ତୁ। ମଇଦାରେ ସୁଜି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସେଥିରେ ଅଳ୍ପ ପାଣି, ଗୁଜୁରାତି ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମିଶ୍ରଣକୁ ଅଳ୍ପ ପତଳା କରନ୍ତୁ। ଗ୍ୟାସ ଲଗାଇ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ମିଶ୍ରଣରେ ସେଓକୁ ବୁଡାଇ ତେଲରେ ଛାଣନ୍ତୁ। ସେଓଟି ସୁନେଲୀ ରଙ୍ଗ ହୋଇଗଲା ପରେ ତାକୁ ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ। ଏକ ପ୍ୟାନ ବସାଇ ସେଥିରେ ପାଣି ଫୁଟାନ୍ତୁ। ପାଣି ଫୁଟିଲା ପରେ ସେଥିରେ ଚିନି, କେସର ପକାଇ ଭଲ ଭାବେ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହୋଇଗଲା ପରେ ଛାଣିଥିବା ସେଓକୁ ସେଥିରେ ୫ମିନିଟ ବୁଡାଇ ରଖନ୍ତୁ। ତାପରେ ଏକ ପ୍ଲେଟରେ କାଢି ଦିଅନ୍ତୁ। ସେଓ ଉପରେ ନଡିଆ କୋରା, ପେସ୍ତା, ଚେରି ପକାଇ ସଜାଇ ଦିଅନ୍ତୁ।

ଉପସ୍ଥାପନା – ପ୍ରଜ୍ଞାସିନୀ ମଲ୍ଲିକ

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories