www.samajalive.in
Wednesday, December 10, 2025
26.1 C
Bhubaneswar

ବାଲୁଶାହି

ଆବଶ୍ୟକ ସାମଗ୍ରୀ:

ମଇଦା- ୨କପ୍

- Advertisement -

ଘିଅ-୧/୨ଚାମଚ

ଦହି (ଥଣ୍ଡା)- ୧/୩ ଚାମଚ

ଲୁଣ- ସ୍ବାଦ ଅନୁଯାୟୀ

ବେକିଙ୍ଗ ପାଉଡର- ୧/୨ ଚାମଚ

ପାଣି- ଆବଶ୍ୟକ ଅନୁଯାୟୀ

ସିରା ପାଇଁ ଆବଶ୍ୟକ ସାମଗ୍ରୀ:

ପାଣି- ଅଧ କପ

ଚିନି- ୧କପ

କେସର- ୧ଚାମଚ

ଲେମ୍ବୁ- ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମଇଦାରେ ଘିଅ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଦହି, ବେକିଙ୍ଗ ପାଉଡର, ଲୁଣ ପକାଇ ଘାଣ୍ଟି ଦିଅନ୍ତୁ। ତାପରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ମଇଦାକୁ ଭଲ ଭାବେ ଚକଟି ଦିଅନ୍ତୁ। ମଇଦା ଚକଟି ସାରିବା ପରେ ତାକୁ ଏକ ଧଳା କପଡାରେ ୫ମିନିଟ ପର୍ୟ୍ୟନ୍ତ ଗୁଡାଇ ରଖି ଦିଅନ୍ତୁ। ୫ମିନିଟ ପରେ ମଇଦାକୁ କାଢି ଅଳ୍ପ ଚକଟି ଦିଅନ୍ତୁ। ତା ପରେ ହାତରେ ତେଲ ଲଗାଇ ମଇଦାକୁ ଛୋଟ ଛୋଟ ବଲ ଆକୃତିର କରନ୍ତୁ। ବଲର ମଝି ଅଂଶକୁ ହାତରେ ସାମାନ୍ୟ କଣା କରି ଦିଅନ୍ତୁ।

ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ମଇଦାର ବଲକୁ ଛାଣନ୍ତୁ। ବଲ ଗୁଡିକ ସୁନେଲୀ ରଙ୍ଗର ହୋଇଗଲା ପରେ ତାକୁ କାଢି ଅନ୍ୟ ଏକପାତ୍ରରେ ରଖି ଦିଅନ୍ତୁ।

ଅନ୍ୟ ଏକ କଡେଇରେ ଏକ କପ ପାଣି, ଚିନି ଫୁଟାନ୍ତୁ। ତାପରେ ସେଥିରେ କେସର ଓ ଲେମ୍ବୁ ଚିପୁଡି ଦିଅନ୍ତୁ। ଲେମ୍ବୁ ଚିପୁଡିବା ଦ୍ବାରା ସିରା ଏକ ଅଲଗା ପ୍ରକାର ସ୍ବାଦଯୁକ୍ତ ହୋଇଯିବ। ସିରାରେ ପୂର୍ବରୁ ଛାଣି ଥିବା ମଇଦା ବଲ ଗୁଡିକୁ ପକାଇ ୩୦ମିନିଟ ଘୋଡାଇ ରଖି ଦିଅନ୍ତୁ। ଘୋଡାଇ ରଖିବା ଦ୍ବାରା ବଲ ଗୁଡିକ ଭଲ ଭାବେ ସିରାରେ ଭିଜିଯିବ। ତାପରେ ସିରାର ବଲ ଗୁଡିକୁ ଏକ ପାତ୍ରରେ କାଢି ଦିଅନ୍ତୁ। ବଲ ଗୁଡିକ ଉପରେ ପେସ୍ତା, ଚେରି ଓ କେସର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବାଲୁସାହି। ଏହାକୁ ଥଣ୍ଡା ହେବା ପରେ ଖାଆନ୍ତୁ।

ଆଲେଖ୍ୟ – ପ୍ରଜ୍ଞାସିନୀ ମଲ୍ଲିକ

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories