www.samajalive.in
Wednesday, December 10, 2025
26.1 C
Bhubaneswar

ବଢ଼ିଲା ଏଲ୍‍ପିଜି ଦର : ରିଆତି ସିଲିଣ୍ଡର ଟ ୨.୯୪, ଅଣ-ରିଆତି ୬୦ ଟଙ୍କା

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଜାରି ରହିବା ପରେ ଏବେ କ୍ରମାଗତ ଭାବେ ଦର ହ୍ରାସ ହେଉଥିବାବେଳେ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ବୃଦ୍ଧି ଖାଉଟିଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି। କାରଣ ଆଜି ସରକାର ଉଭୟ ରିଆତି ଏବଂ ଅଣ-ରିଆତି ମୂଲ୍ୟରେ ବୃଦ୍ଧିି ଘଟାଇଛନ୍ତି। ଏହା ଫଳରେ ବଜାରରେ ରନ୍ଧନ ଗ୍ୟାସ୍‍ ମହଙ୍ଗା ହୋଇଛି। ଫଳରେ ଏଲ୍‍ଜିପି ରିଆତି ସିଲିଣ୍ଡର ପିଛା (୧୪.୨ କେଜି) ମୂଲ୍ୟ ୨ଟଙ୍କା ୯୪ ପଇସା ଏବଂ ଅଣ-ରିଆତି ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧିି ଘଟିଛି। ଏଥିଯୋଗୁ ରାଜଧାନୀ ଦିଲ୍ଲୀରେ ରିଆତି ସିଲିଣ୍ଡର ପିଛା ମୂଲ୍ୟରେ ୨ଟଙ୍କା ୯୪ ପଇସା ବୃଦ୍ଧି ଘଟି ୫୦୫ ଟଙ୍କା ୩୪ ପଇସାରେ ପହଞ୍ଚିଛି। ଚଳିତବର୍ଷ ଜୁନ୍‍ଠାରୁ ଏଲ୍‍ପିଜିି ସିଲିଣ୍ଡର ମୂଲ୍ୟରେ ଏହା ଷଷ୍ଠ ବୃଦ୍ଧିି। ଏହି ୬ ଥରରେ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୧୪ ଟଙ୍କା ୧୩ ପଇସା ବୃଦ୍ଧି ଘଟିଛି। ନୂଆ ଦର ଗୁରୁବାରଠାରୁ ଲାଗୁ କରାଯାଇଛି। ସେହିଭଳି ସେହିଭଳି ଅଣ-ରିଆତି ସିଲିଣ୍ଡର ପିଛା ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ଘଟି ୮୮୦ ଟଙ୍କା ହୋଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ସହ ବୈଦେଶିକ ବିନିମୟ ମୂଲ୍ୟ ଅସ୍ଥିର ରହିବା କାରଣରୁ ଏହି ଦର ବୃଦ୍ଧିି ଘଟିଥିବା କୁହାଯାଉଛି। ତେବେ ରିଆତି ସିଲିଣ୍ଡର ମୂଲ୍ୟରେ ହୋଇଥିବା ୨ଟଙ୍କା ୯୪ ପଇସା ବୃଦ୍ଧି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‍ଟି) କାରଣରୁ ହୋଇଥିବା ଭାରତୀୟ ତୈଳ ନିଗମ (ଆଇଓସି) ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କ୍‍ୁହାଯାଇଛି। ଏହାଛଡା ଗ୍ରାହକଙ୍କୁ ସିଲିଣ୍ଡର ବାବଦରେ ହସ୍ତାନ୍ତର କରାଯାଉଥିବା ରିଆତି ଅର୍ଥରେ ମଧ୍ୟ ବୃଦ୍ଧି କରାଯାଇଛି। ୨୦୧୮ରେ ସିଲିଣ୍ଡର ପିଛା ରିଆତି ବାବଦରେ ଖାଉଟିଙ୍କୁ ୩୭୬ ଟଙ୍କା ୬୦ ପଇସା ମିଳୁଥିବାବେଳେ ଚଳିତମାସଠାରୁ ଗ୍ରାହକଙ୍କୁ ୪୩୩ ଟଙ୍କା ୬୬ ପଇସା ମିଳିବ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories