ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚ; ୨ଲକ୍ଷ ୬୦ହଜାର ଟଙ୍କା ଜୋରିମାନା ଆଦାୟ
ହରଭଙ୍ଗା: ଶୂନ୍ୟମୃତ୍ୟୁ ସପ୍ତାହ ପାଳନ ଅବସରରେ ରବିବାର ହରଭଙ୍ଗା ବ୍ଲକର ଚାରିଛକର ସବୁ ରାସ୍ତାରେ ପୁରୁଣାକଟକ ପୁଲିସ ଏବଂ ବୌଦ୍ଧ ପରିବହନ ବିଭାଗ ପକ୍ଷରୁ ମିଳିତିଭାବେ ଯାନବାହାନ ଯାଞ୍ଚ କରାଯାଇଛି। ୪ଟି ଟିମ ଚାରିଛକ-ଫୁଲବାଣୀ, ଚାରିଛକ-ପୁରୁଣାକଟକ, ଚାରିଛକ-ହରଭଙ୍ଗା ଏବଂ ଚାରିଛକ-ନୟାଗଡ଼ ଭଳି ଚତୁଃପାର୍ଶ୍ବ ରାସ୍ତାରେ ଯାନବାହାନ ଏକାବେଳେ ଯାଞ୍ଚ କରାଯାଇଥିଲା। ଟ୍ରାଫିକ ନିୟମ ଅନୁସାରେ ହେଲମେଟ ଏବଂ ସିଟ୍ ବେଲ୍ଟ ପିନ୍ଧିଥିବା ଗାଡି ଚାଳକମାନଙ୍କୁ ଯାଞ୍ଚ ଟିମ ପକ୍ଷରୁ ଫୁଲତୋଡା ସହିତ ରିଷ୍ଟ ବ୍ୟାଣ୍ଡ ପ୍ରଦାନ କରି ନିୟମ ଅନୁପାଳନକୁ ସ୍ୱାଗତ କରାଯାଇଥିଲା। ଅନ୍ୟପଟେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ପୃଥକ ପୃଥକ ଗାଡି ଚାଳକମାନଙ୍କଠାରୁ ୨ଲକ୍ଷ୬୦ହଜାର ଟଙ୍କା ଭଳି ବଡ଼ ପରିମାଣର ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଆଜିର ଯାଞ୍ଚ ସମୟରେ ପୁରୁଣାକଟକ ପୁଲିସ ସହିତ ବୌଦ୍ଧ ପରିବହନ କର୍ମଚାରୀ ସାମିଲ ଥିଲେ।
Comments are closed.