ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ ବୁଲି ଦେଖିଲେ ହାଇସ୍କୁଲ ଛାତ୍ରୀ
କେନ୍ଦୁଝରଗଡ଼: ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମାର୍ଗଦର୍ଶିକା ଅନୁଯାୟୀ ଜିଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝରକୁ ପରିଦର୍ଶନ କରି ବୈଷୟିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଛନ୍ତି। ୨୧ ସେପ୍ଟେମ୍ବର ୨୦୨୨ରୁ ୨୭ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୨ଟି ପର୍ଯ୍ୟାୟରେ ପ୍ରତିଥର ୫୦/୬୦ଜଣ ଛାତ୍ରୀ ପରିଦର୍ଶନରେ ଆସି ଲାବ୍ରୋଟେରୀ, କର୍ମଶାଳା, କମ୍ପ୍ୟୁଟର କେନ୍ଦ୍ର ଆଦି ବୁଲି ଦେଖିବା ସହ ବୈଷୟିକ ଶିକ୍ଷା ଗ୍ରହଣ ସମ୍ପର୍କରେ ଅବଗତ ହୋଇଥିଲେ। ବହୁ ଛାତ୍ରୀ ହାଇସ୍କୁଲ ଶିକ୍ଷା ସମାପ୍ତି ପରେ ଡପ୍ଲୋମା ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରି ସ୍ୱାବଲମ୍ବୀ ହେବା ଆଶା ରଖିଥିବା ପରିଦର୍ଶନ ସମୟରେ କହିଥିଲେ। ପରିଦର୍ଶନ ସମୟରେ ଏହି ଛାତ୍ରୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରର ଆର୍ଥିକ ସହାୟତା ମାଧ୍ୟମରେ ଜଳଖିଆ ଓ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଜ୍ଞାନରଞ୍ଜନ ରାୟଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧ୍ୟାପକ ପାର୍ଥସାରଥୀ ଦାଶ, ରାଜୀବ ବଳ, ଘନଶ୍ୟାମ ଦୁରିଆ ପ୍ରମୁଖ ପରଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
Comments are closed.