www.samajalive.in
Monday, December 15, 2025
16.1 C
Bhubaneswar

ଲେଖକଙ୍କୁ ସମ୍ମାନିତ କରିବା ସମାଜର ଏକ ବଳିଷ୍ଠ ଦାୟିତ୍ୱ

ଡେସ୍କ: ଲେଖକର ସମାଜ ପ୍ରତି ରହିଥିବା କର୍ତ୍ତବ୍ୟକୁ ସମ୍ମାନ ଜଣାଇବା ଓ ସେମାନଙ୍କ ଲେଖା ମାଧ୍ୟମରେ ହେଉଥିବା ପରିବର୍ତ୍ତନକୁ ସ୍ୱୀକୃତି ଦେଇ କୃତଜ୍ଞତା ପ୍ରକାଶ କରିବା ସମାଜର କର୍ତ୍ତବ୍ୟ। ଲେଖକଟିଏ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ନିଜ ଲେଖନୀ ମାଧ୍ୟମରେ ଦିନରାତି ଶ୍ରମ କରୁଥାଏ ଓ ତାହା ଅତୁଳନୀୟ ବୋଲି ମରାଠୀ ସାହିତ୍ୟିକ ପ୍ରଫେସର ଡ. ଶରଣକୁମାର ଲିମ୍ବାଲେ କହିଛନ୍ତି। ଆଜି ରାଜ୍ୟରେ ବହୁଳ ପ୍ରସାରିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସପ୍ତମ ବାର୍ଷିକ ଉତ୍ସବରେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ଓ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁନେ ଆଞ୍ଚଳିକ କେନ୍ଦ୍ର, ୱାଇ.ସି.ଏମ୍‌.ଓ.ୟୁ., ନାସିକ୍‌ର ପୂର୍ବତନ ଆଞ୍ଚଳିକ ନିର୍ଦେଶକ ତଥା ସରସ୍ବତୀ ସମ୍ମାନପ୍ରାପ୍ତ ବିଶିଷ୍ଟ ମରାଠୀ ସାହିତ୍ୟିକ ପ୍ରଫେସର ଡ. ଶରଣକୁମାର ଲିମ୍ବାଲେ କହିଛନ୍ତି ଯେ ଲେଖକ ଓ ବୁଦ୍ଧିଜୀବୀ ପୀଡିତଙ୍କ ପକ୍ଷ ନେଇଥାନ୍ତି। ସେ କହିଛନ୍ତି, ଲେଖକଟିଏର କର୍ତ୍ତବ୍ୟ ହେଉଛି ସମାଜରେ ଘଟୁଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ଲରିବା, ଓ ସେ ଯଦି ତାହା ନ କରେ, ତାହା ମାନବତା ପ୍ରତି ଘୋର ଅପରାଧ ହେବ।

ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଆଜି କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ନୂଆଦିଲ୍ଲୀରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ଆୟକର ବିଭାଗର ମୁଖ୍ୟ ଆୟୁକ୍ତ (କମିସନର) ପାରମିତା ଶତପଥୀ ତ୍ରିପାଠୀ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ସତ୍ୟବାଦୀର ସମ୍ପାଦକ ନିରଞ୍ଜନ ରଥ ଉତ୍କଳମଣି ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ କହିଥିଲେ। ସତ୍ୟବାଦୀ ଏବଂ ସମାଜର ଅଗଣିତ ପାଠକମାନଙ୍କ ସମୃଦ୍ଧି କାମନା କରି ସେମାନେ ସମାଜ ଓ ସତ୍ୟବାଦୀକୁ ଭଲ ପାଇବା ଜାରି ରଖିବେ ବୋଲି ଶ୍ରୀ ରଥ ଆଶା ପୋଷଣ କରିଥିଲେ। ଲୋକସେବକ ମଣ୍ଡଳର କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଭାସ କୁମାର ଆଚାର୍ଯ୍ୟ ସତ୍ୟବାଦୀର ସଂକ୍ଷିପ୍ତ ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ଡ. ଶରଣକୁମାର ଲିମ୍ବାଲେ ‘ସତ୍ୟବାଦୀ’ର ବାର୍ଷିକ ସଂସ୍କରଣ ଓ ସତ୍ୟବାଦୀ ପ୍ରବନ୍ଧ ସଂକଳନ ଏବଂ ଗଳ୍ପ ସଙ୍କଳନକୁ ଉନ୍ମୋଚନ କରିଥିଲେ। ଏଥିରେ ପ୍ରଫେସର ଡ. ଶରଣକୁମାର ଲିମ୍ବାଲେ ଓ ମୁଖ୍ୟ ବକ୍ତା ପାରମିତା ଶତପଥୀ ତ୍ରିପାଠୀଙ୍କୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିକୃତି ଏବଂ ଜ୍ଞାନ ରଥଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟଙ୍ଗଚିତ୍ର ପ୍ରଦାନ କରାଯାଇଥିଲା।

- Advertisement -

ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ପ୍ରଫେସର ଡ. ଶରଣକୁମାର ଲିମ୍ବାଲେ, ପ୍ରଫେସର ହରିହର ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୨’ ଓ କବିତା ପାଇଁ ସୌଭାଗ୍ୟବନ୍ତ ମହାରଣା, ପ୍ରବନ୍ଧ ପାଇଁ ଡ. ଶ୍ରୀଶ ପଟେଲ, ଗଳ୍ପ ପାଇଁ ସୀତେଶ ତ୍ରିପାଠୀ, ଶିଶୁ ସାହିତ୍ୟ ପାଇଁ ଗଳ୍ପରେ ଅଶୋକ କୁମାର ପ୍ରଧାନ ଓ ପ୍ରଶାନ୍ତ କୁମାର ନାଥଙ୍କୁ କବିତାରେ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ -୨୦୨୨’ରେ ସମ୍ବର୍ଦ୍ଧିତ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା ଓ ସମାଜର କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories